(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତ କେଉଁ ସ୍ଥିତିରେ ଋଷ ଠାରୁ ଏସ-୪୦୦ ଏୟାର ଡିଫେନ୍ସ କିଣୁଛି ତାହା ଟ୍ରମ୍ପ ପ୍ରଶାସନକୁ ଜଣାଯାଇଛି । ଟ୍ରମ୍ପ ପ୍ରଶାସନ ଏହାକୁ ନିଶ୍ଚିତ ବୁଝିବ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଗତକାଲି ସେ କହିଥିଲେ, ଭାରତ କେଉଁ ଦେଶରୁ କେଉଁ ଅସ୍ତ୍ର କିଣିବ ତାହା ତାର ସାର୍ବଭୌମତ୍ୱ । ଏଥିପାଇଁ ଅନ୍ୟ ଦେଶର ଅନୁମତିର ଆବଶ୍ୟକତା ନାହିଁ । କିନ୍ତୁ ଆଜି ଏକ ପ୍ରଶ୍ନର ଉତ୍ତରରେ ଜୟ ଶଙ୍କର କହିଛନ୍ତି ଆମେରିକା ନିଶ୍ଚିତ ଭାବେ ଏସ-୪୦୦ କ୍ରୟର କାରଣ ଓ ଆବଶ୍ୟକତା ବୁଝିବ ।