(ସରୋଜ କୁମାର ରାଉତ/ ରିପୋଟର୍ସ ଟୁଡେ): ରୋଡ ରୋମିଓଙ୍କୁ ବହେ ଛେଚିଲେ ଯୁବତୀ । ବାରମ୍ବାର ଅସଦାଚରଣ କରୁଥିବା ଏହି ଦୁଇ ଯୁବକଙ୍କୁ ବହେ ଛେଚିବା ସହ କାନ ଧରି ଉଠ ବସ କରାଇଛନ୍ତି ଯୁବତୀ । ଏବେ ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି ଯୁବତୀ।
ମିଳିଥିବା ସୂଚନା ମୁତାବକ, ରସୁଲଗଡ ଜିଜିପି କଲୋନି ଅଞ୍ଚଳରେ ଯୁବତୀଙ୍କୁ ଦୁଇ ଯୁବକ ଅସଦାଚରଣ କରିଥିଲେ। ଏନେଇ ଯୁବତୀ ଜଣକ ବିରୋଧ କରିବାରୁ ଦୁଇ ଯୁବକ ତାଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ଏହା ଦେଖି ସେଠାରେ ଥିବା କିଛି ସ୍ଥାନୀୟ ଲୋକ ଯୁବକ ଦ୍ୱୟଙ୍କୁ କାବୁ କରିବାରୁ ଯୁବତୀ ଜଣକ ଅଭିଯୁକ୍ତଙ୍କୁ କଡ଼ା ଜବାବ ଦେଇଥିଲେ । ସର୍ବସମ୍ମୁଖରେ ଉଠବସ୍ କରାଇବା ସହ ମାଡ଼ ମାରିଥିଲେ। ଘଟଣା ସମୟର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି।