(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କମଲପୁର ଗାଁର ଶତ୍ରୃଘ୍ନ ମେହେର ଆଜି ଉଫୁଲା ସରପଂଚ ସଂଘମିତ୍ରା ସାହାଙ୍କ ସ୍ବାମୀ ଓ ବୀରମହାରାଜପୁର ବ୍ଳକ ଗ୍ରାମ ପଂଚାୟତ ଅଧିକାରୀଙ୍କ ନାଁରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଛନ୍ତି। ସରପଂଚଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଓ ଗ୍ରାମ ପଂଚାୟତ ଅଧିକାରୀ ଗଗନ ବିହାରୀ ନାଏକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ଗତକାଲି ବୀରମହାରାଜପୁର ବ୍ଳକ କାର୍ୟ୍ୟାଳୟ ଆଗରେ ପ୍ରିୟବ୍ରତ ଓ ଗଗନ କମଲପୁର ଗାଁର ଶତ୍ରୃଘ୍ନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ।ଶତ୍ରୁଘ୍ନ ଉଭୟଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖମ୍ବେଶ୍ବରୀପାଲି ଗାଁରେ ୩ ଲକ୍ଷ ଟଂକାର ଠିକା କାର୍ୟ୍ୟକୁ ନେଇ ଦୁହିଁଙ୍କ ଭିତରେ ପୂର୍ବରୁ ବଚସା ହୋଇଥିଲା ।ହେଲେ ପୂର୍ବ ଶତ୍ରୁତାକୁ ଆଧାର କରି ପ୍ରିୟବ୍ରତ ଶତ୍ରୁଘ୍ନଙ୍କୁ ଅଶ୍ଳିଳ ଭାଷା ପ୍ରୟୋଗ କରି ଆକ୍ରମଣ କରିଥିଲେ ।ଏହି ଘଟଣାରେ ପ୍ରିୟବ୍ରତ ଏକ ପାଲଟା ଅଭିଯୋଗ କରିଥିବା ବେଳେ ଶତ୍ରୃଘ୍ନ ପ୍ରିୟବ୍ରତ ଓ ଗଗନକୁ ଗିରଫ କରିବା ପାଇଁ ଏସପିଙ୍କୁ ଅନୁରୋଧ କରିଛନ୍ତି ।ଅପରପକ୍ଷରେ ଘଟଣାର ତର୍ଜମା କରି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।