(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ଭାରତ ଅନ୍ତରୀକ୍ଷ ଦୁନିଆରେ ଏକ ବଡ ସଫଳତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରିବାକୁ ଯାଇ କହିନ୍ତି । ସେ ସୂଚନା ଦେଇଛନ୍ତି, ଆମେରିକା, ଚୀନ ଓ ଋଷ ପରେ ଭାରତ ୪ ରାଷ୍ଟ୍ର ଯିଏ ଅନ୍ତରୀକ୍ଷରେ ଏକ ସାଟେଲାଇଟକୁ ଖସାଇବାରେ ସକ୍ଷମ ହୋଇଛି । ଏହି ମିଶନର ନାମକରଣ ହୋଇଛି ମିଶନ ଶକ୍ତି । ଆଜି ଭାରତ ଅନ୍ତରୀକ୍ଷ ମହାଶକ୍ତି ପାଲଟିଛି । ଅନ୍ତରୀକ୍ଷରେ ଲୋ ଅର୍ଥ ଅର୍ବିଟରେ ଗୋଟିଏ ଲୋ ସାଟେଲାଇଟକୁ ଖସାଇବାରେ ସମର୍ଥ ହୋଇଥିବା ମୋଦି ଦେଶବାସୀଙ୍କୁ ଜଣାଇଛନ୍ତି ।