ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର୍, ନିଘୋଡ଼ ନିଦରେ ହିନ୍ଦୋଳ ବିଦ୍ୟୁତ ବିଭାଗ

ହିନ୍ଦୋଳ(ଗୌତମ ମୁଦୁଲି) : ହିନ୍ଦୋଳ ଏନ୍.ଏ.ସି ଅନ୍ତର୍ଗତ ୧୩ ନମ୍ୱର୍ ୱାର୍ଡ ରାଜମୋହନପୂର ସ୍କୁଲ୍ ଠାରୁ ପାଖାପାଖି ମାତ୍ର ୧୦୦ ମିଟର ଦୂରରେ ମୁଖ୍ୟ ରାସ୍ତା କଡ଼ରେ ଆଜକୁ ପ୍ରାୟ ଅନେକ ବର୍ଷ ପୁର୍ବରୁ ରହିଛି ଏହି ମୁକୁଳା ଟ୍ରାନ୍ସଫର୍ମର୍। ଯେଉଁ ବାଟରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମାନଙ୍କ ସମେତ ଶହଶହ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବା କରନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଦୀର୍ଘ ବର୍ଷ ହେବ ଏହି ଜନବସତି ପୂର୍ଣ୍ଣ ସ୍ଥାନରେ  ବିପଦପୂର୍ଣ୍ଣ ଅବସ୍ଥାରେ ଏକ ମୁକୁଳା ଟ୍ରାନ୍ସଫର୍ମର୍ ରହିଛି। ଯାହାର ଚତୃପାର୍ଶ୍ୱରେ ନା ଅଛି କୌଣସି ବାରିକେଟର ବ୍ୟବସ୍ଥା। ତେବେ ବାରମ୍ୱାର ଏ ନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଆସିଛି।

ତେବେ ଅନେକ ଗଣମାଧ୍ୟମରେ ମଧ୍ୟ ଏନେଇ ଅନେକ ଥର ଖବର ପ୍ରସାରଣ କରଯାଇଥିଲା।ତେବେ ସବୁଜାଣି ମଧ୍ୟ ପ୍ରଶାସନ ନିରବ। ତେବେ ଆଗାମୀ ଦିନରେ ଏକ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ଯଥାଶୀଘ୍ର ଏହି ମୁକୁଳା ଟ୍ରାନ୍ସଫର୍ମର୍ ଚତୃପାର୍ଶ୍ୱରେ ବାରିକେଟର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି।