ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୨’

ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବାର କୌଶଳକୁ ନେଇ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର ସମରାଭ୍ୟାସ ‘ସାଗର କବଚ’ । ପଶ୍ଚିମ ବଙ୍ଗ ଏବଂ ଓଡିଶା ର ମିଳିତ ଉଦ୍ୟମରେ ଏହି ସାଗରଭ୍ୟାସ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରେ ଆରମ୍ଭ ହୋଇଥିଲା । ୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦୁଇଥର ଆୟୋଜିତ ଏହି ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଜଳପଥରେ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାର କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର କଳାକୌଶଳ ପ୍ରଦର୍ଶନ ।

Sea Vigil 24' Coastal Drill Concludes

ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨ଜଣ ଇନ୍ସପେକ୍ଟର, ୯ଜଣ ଏଏସଆଇ, ୪୦ ଜଣ ଫୋର୍ସ ୧୪ଜଣ ସାଗର ମିତ୍ର ସାମିଲ ଥିବା ବେଳେ ୧୧ଜଣ ଟେକନିକାଲ ଷ୍ଟାଫ ଏବଂ ସମୁଦ୍ର ବିଶେଷରେ ଏକ ୧୨ଟନ ବିଶିଷ୍ଟ ସ୍ପିଡ ବୋଟ ମଧ୍ୟ ସାମିଲ ହୋଇଛି ।

Odisha, WB hold joint coastal security exercise 'Sagar Kavach' - OrissaPOST