ସବୁଠାରୁ ମହଙ୍ଗା ଅଙ୍ଗୁର, ପେନ୍ଥା ପିଛା ୭ ଲକ୍ଷ ଟଙ୍କା
ସାରା ବିଶ୍ଵର ବହୁ କିସମର ଅଙ୍ଗୁର ମିଳେ। ଭାରତରେ ମୁଖ୍ୟତଃ କଳା ଓ ସବୁଜ ରଙ୍ଗର
(ଦିଲ୍ଲୀ) : ସାରା ବିଶ୍ଵର ବହୁ କିସମର ଅଙ୍ଗୁର ମିଳେ। ଭାରତରେ ମୁଖ୍ୟତଃ କଳା ଓ ସବୁଜ ରଙ୍ଗର ଅଙ୍ଗୁର ଦେଖିବାକୁ ମିଳେ। ଏହା ଖାଇବାକୁ ଯେତିକି ସ୍ଵାଦିଷ୍ଟ ବଜାରରେ ଅଙ୍ଗୁରର ଦାମ୍ ସେତିକି ଆକାଶ ଛୁଆଁ। ତେବେ ଆଜି ଆମେ ଆପଣଙ୍କୁ ଏକ ଖାସ୍ କିସମର ଅଙ୍ଗୁର ବିଷୟରେ କହିବାକୁ ଯାଉଛୁ ଯାହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାମୀ ଅଙ୍ଗୁର ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଏହାକୁ ରାଲ୍ସ ରୟାଲ ବା ରୁବି ରୋମନ ଅଙ୍ଗୁର କୁହାଯାଏ।
ସୂଚନାନୁଯାୟୀ , ଏହି ୪୦୦ ଅଙ୍ଗୁର ଲତା ମଧ୍ୟରୁ କେବଳ ୪ଟି ଲତାରେ ଲାଲ ଅଙ୍ଗୁର ଫଳିଥିଲା। ଏହି ୪ଟି କସମ ମଧ୍ୟରୁ ଗୋଟିଏ କିସମ ଏଭଳି ଥିଲା ଯାହା କୃଷକମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ରୁବି ରୋମନ ଅଙ୍ଗୁରକୁ ଇଶିକାୱାର ଖଜାନା ବୋଲି ମଧ୍ୟ କୁହାଯାଏ। ଏହି ଅଙ୍ଗୁର ଚାଷ ସମୟରେ ଏହାର ରଙ୍ଗ, ରୂପ, ସ୍ଵାଦ ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏହି ଅଙ୍ଗୁର ଗୁଡିକରେ ଓଜନ ୨୦ ଗ୍ରାମ ହୋଇଥାଏ। ଗୋଟିଏ ପେନ୍ଥାରେ ପ୍ରାୟ ୨୪ଟି ଅଙ୍ଗୁର ଥାଏ। ଗୋଟିଏ ପେନ୍ଥା ରୁବି ରୋମନ ଅଙ୍ଗୁରର ଦାମ୍ ୧୨ ଲକ୍ଷ ୟେନ୍ ଅର୍ଥାତ୍ ୭ ଲକ୍ଷ ୫୫ ହଜାର ଟଙ୍କା ହୋଇଥାଏ। ଅର୍ଥାତ୍ ଗୋଟିଏ ଅଙ୍ଗୁରର ଦାମ୍ ୩୫ ହଜାର ଟଙ୍କା। ଗୋଟିଏ ଅଙ୍ଗୁର ପାଇଁ ଆପଣଙ୍କୁ ଆପଣଙ୍କ ସବୁ ଦରମା ଖର୍ଚ୍ଚ କରିବାକୁ ପଡିବ।