ଟୀକା ନେବା ପରେ ମହିଳା ମୃତ

ରାଉରକେଲା(ରିପୋର୍ଟର୍ସ ଟୁଡେ): ସାରା ବିଶ୍ୱ କୋରୋନା ମହାମାରୀରେ ଆତଙ୍କ ଖେଳାଇଥିବା ବେଳେ ଟୀକା ଏଥିପାଇଁ ଏକ ବିଶଲ୍ୟକରଣୀ ରୂପ ନେଇଛି । ତଥାପି ଅନେକ ଲୋକଙ୍କ ମନରେ ଟୀକାକୁ ନେଇ ରହିଛି ଭ୍ରାନ୍ତ ଧାରଣା ଯାହା ପାଇଁ ସେମାନେ ଟୀକା ନେବାକୁ ଭୟଭୀତ ହେଉଛନ୍ତି । ଏହି ସମୟରେ ରାଉରକେଲାରୁ ଆସିଚି ଆଉ ଏକ ଅଭାବନୀୟ ଘଟଣା । ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିର ୩୨ ବର୍ଷୀୟ କବିତା ଦନ୍ତାଳୀଙ୍କର ମୃତ୍ୟୁ ଘଯିଛି । ତେବେ ଆଶ୍ଚଯ୍ରଁର କଥା ଏହା ଯେ କୋରୋନାର ଟୀକା ନେବା ପରେ ମଧ୍ୟ ସେ ପ୍ରାଣ ହରାଇଛନ୍ତି । ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କୋଭିଡ ଟୀକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି ।
ସୂଚନା ଯୋଗ୍ୟ ଯେ, ଗତ ଜୁନ ୧୭ ତାରିଖରେ ଗୁରୁଦ୍ୱାରା ରୋଡ ଟୀକାକରଣ କେନ୍ଦ୍ରରେ ଟୀକା ଗ୍ରହଣ କରିଥିଲେ । ଏହାପରେ ୧୮ ତାରଇଖ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି ।