ବ୍ରହ୍ମଗିରି ତାର ପ୍ରାକୃତିକ ପରିବେଶ ପାଇଁ ସାରା ବିଶ୍ବରେ ନିଆରା ସ୍ଥାନ ସୃଷ୍ଟି କରିଛି। ଅସହ୍ୟ ଶୀତ ସହିନପାରି ଦେଶ,ବିଦେଶରୁ ଅନେକ ପକ୍ଷୀ ଚିଲିକା ରାଣୀର କୋଳକୁ ଧାଇଁ ଆସନ୍ତି। କିନ୍ତୁ ସେଇ ପକ୍ଷୀମାନଙ୍କୁ ମାଂସ ଲୋଭି ମଣିଷ ନିଜର ଆହାର ଭାବରେ ଗ୍ରହଣ କରିବାକୁ ପଛାଏ ନାହିଁ ।। ଏବାବଦରେ ଗଣମାଧ୍ୟମରେ ଖବର ପ୍ରସାରିତ ହୁଏ ଆଉ ନାମ କୁ ମାତ୍ର ବନବିଭାଗ ପେଟ୍ରିଲିଂ କରି ତାର କାମ ସାରିଦିଏ ଏବଂ ଯଦି କୌଣସି ଶିକାରୀ କୁ ଧରେ ତେବେ ଟେବୁଲ୍ ତଳେ କିଛି କାରବାର କରି ଛାଡ଼ି ଦେବାର ମଧ୍ୟ ଶୁଣିବାକୁ ମିଳେ!! । ବ୍ରହ୍ମଗିରି ବନଖଣ୍ଡ ଆଉ ବାଲୁଙ୍ଗାଁ ବନଖଣ୍ଡ ରେ ଅବାଧ ଭାବରେ ହରିଣ ଶିକାର ହେଉଥିବାର ମଧ୍ୟ ଶୁଣିବାକୁ ମିଳେ! ଆଉ ଗୋଟେ ପ୍ୟାକେଟ ମାଂସ କୁ 700- 800 ଟଙ୍କା ରେ ବିକ୍ରି ହେଉଥିବାର ମଧ୍ୟ ଦେଖାଯାଏ!! । ବ୍ରହ୍ମଗିରି ବନଖଣ୍ଡ ର ମୋଟ ଠାରୁ ନିଆଜପୁର, ଚାପମାଣିକ,ବେଢ଼ାସୁନ୍ଦର, ବୁଧିସାହି,ବ୍ରହ୍ମଗିରି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତିରେ ଝଟ୍ କା ଆଳରେ ହରିଣ ଆଉ ବାରାହା ଶିକାର ହେଉଥିବାର ଅଭିଯୋଗ ହୁଏ କିନ୍ତୁ ଅଭିଯୋଗ ଅଭିଯୋଗରେ ରହିଯାଏ। ବନ ବିଭାଗର ଅଧିକାରୀ ଶାନ୍ତିରେ ସୋଇ ରୁହନ୍ତି ନିରୀହ ପଶୁ,ପକ୍ଷୀଙ୍କର ବିକଳ ରଡ଼ି ତାଙ୍କ କର୍ଣ୍ଣପାତ ହୁଏ ନାହିଁ। ଆଜି ସେଇଭଳି ଏକ ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମଗିରି ବଜାର ଠାରୁ ନିଆଜପୁରୁ ରାସ୍ତାରେ ଏକ କଟା ଜଂଗଲୀ ପଶୁର ମୁଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମଗିରି ବନବିଭାଗ ଅଧିକାରୀ ଚନ୍ଦ୍ର ଶେଖର ସାହୁଙ୍କ ସହିତ ଯୋଗାଯୋଗ ମଧ୍ୟ ହୋଇଥିଲା ଏବଂ ଶ୍ରୀଯୁକ୍ତ ସାହୁ ଘଟଣା ସ୍ଥଳକୁ ତାଙ୍କ କର୍ମଚାରୀଙ୍କୁ ପଠାଇ ଥିଲେ ମାତ୍ର ଏହା ଘୁଷୁରୀ ର କଟା ମୁଣ୍ଡ କହି ଘଟଣାକୁ ଏଡେଇ ଦେଇଥିଲେ । ମାତ୍ର ସାଧାରଣରେ ଏହା ଏକ ଜଂଗଲୀ ଜନ୍ତୁ ବାରହା ବୋଲି ଚର୍ଚ୍ଚା ହୋଇଥିଲା ତେବେ ଯଦି ଏହା ଘୁଷୁରୀ ହୋଇଥାଏ ତେବେ କଟା ମୁଣ୍ଡ କୁଆଡୁ ଆସିଲା ଆଉ ଯଦି ଜଂଗଲୀ ଜନ୍ତୁ ବାରହା ହୋଇଥାଏ ତେବେ ଏହାକୁ ଶିକାର କରାଯାଇ ତାର ମାଂଶକୁ ବିକ୍ରି କରା ଯାଇନି ତ???? । ସେ ଯାହା ହେଉନା କାହିଁକି କେବେ ଭାଙ୍ଗିବ ବନବିଭାଗ ଅଧିକାରୀଙ୍କ ନିଦ ଆଉ ଶିକାରୀ ଙ୍କ ଠାରୁ ରକ୍ଷା ପାଇବେ ନିରୀହ ପଶୁ ପକ୍ଷୀ।