(ବ୍ୟୁରୋ): ଇମ୍ରାନ ଖାନଙ୍କ କାଉଣ୍ଟଡାଉନ୍ ଆରମ୍ଭ । ବିରୋଧିଙ୍କ ଚକ୍ରବ୍ୟୁହରେ ଫଶିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇମ୍ରାନଙ୍କୁ ଗାଦିରେ ହଟାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ତାଙ୍କ ବିରୋଧରେ ଅଣାଯାିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟିଂ ହେବ । କେବଳ ଏତିକି ନୁହେଁ ବରଂ ସତ୍ତାରୁଢ ମେର୍ଟ ମଧ୍ୟରେ ବି ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ହୋଇଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଯଦି ଉମ୍ରାନ୍ ଖାନ୍ ଇସ୍ତଫା ଦିଅନ୍ତି ତେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ?
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଏମାସରେ ଯିବ । ଇମ୍ରାନଙ୍କ ବିଦାୟର ତାରିଖ ମଧ୍ୟ ପାକିସ୍ତାନ ସେନା ଧାର୍ଯ୍ୟ କରିସାରିଛି । ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀଗଣ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କପୋରେସନ୍ର ବୈଠକ ପରେ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ସଫା ସଫା କହିଦେଇଛନ୍ତି । ଏହି ବୈଠକ ଆସନ୍ତା ୨୨ ଓ ୨୩ ତାରିଖରେ ହେବ । ଏପରି ପଦକ୍ଷେପ ନେବାରେ ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ ସାମିଲ ଅଛନ୍ତି ସେନା ପ୍ରମୁଖ ଜେନେରାଲ କମର ଜାବେଦ୍ ।
ସୂଚନା ଅନୁସାରେ, ଇମ୍ରାନ୍ ଙ୍କୁ ବିଦା କରିବାର ଚରମ ନିଷ୍ପତ୍ତି ଜେନେରାଲ ବାଜୱା ଓ ଅନ୍ୟ ୩ ଜଣ ଲେପ୍ଟେନାଣ୍ଟ ଜେନେରାଲ ମିଶି ନେଇଛନ୍ତି । ଏମାନଙ୍କ ବୈଠକ ପୂର୍ବରୁ ବାଜୱା ଓ ଲେପ୍ଟେନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ ଇମ୍ରାନ ଖାନଙ୍କୁ ଭେଟିଥିଲେ । ଏବେ ଏହି ସେନାଧିକାରୀ ଇମ୍ରାନଙ୍କ ଆଉ କୌଣସି ସୁଯୋଗ ଦେବାକୁ ଚାହୁଁନାହାଁନ୍ତି ।