ଉତ୍କଳ ବିଶ୍ୱବିଦ୍ୟାଳୟରେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଆଜିର ଏହି ଉତ୍ସବରେ ସେ ମୁଖ୍ୟ ଅତିଥିଭାବେ ଯୋଗଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଉପରାଷ୍ଟ୍ରପତି ପହଞ୍ଚିଛନ୍ତି ବିଶ୍ୱବିଦ୍ୟାଳୟରେ। ଏହି ଅବସରରେ ସେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରୁଛନ୍ତି ।

ଡକ୍ଟରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଓଡିଶା ହାଇକୋର୍ଟର ବିଚାରପତି ସଞ୍ଜୁ ପଣ୍ଡା, ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ  ।