ସରକାରୀ ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷୟତ୍ରୀ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସରକାରୀ ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି ।
ତେଲେଙ୍ଗାପୀଠ ସଇଁତଳା ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷୟତ୍ରୀ ଗାୟତ୍ରୀ ତ୍ରିପାଠୀ ଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଛି । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମେତ ପାଂଚଟି ସ୍ଥାନରେ ଭିଜିଲାନ୍ସର ଟିମର ଚଢଉ ଜାରି ରହିଛି । ଡ଼ୁମଡ଼ୁମା, ଏମସ ,ପଞ୍ଚସଖା ନଗରରେ ଥିବା ତାଙ୍କ ଭାଇଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଗାୟତ୍ରୀଙ୍କ ସ୍ୱାମୀ ଜଗଦୀଶ ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷା ବିଭାଗର ଅଡ଼ିଟର ଅଟନ୍ତି ।