ସ୍ତ୍ରୀଙ୍କ ପିଣ୍ଡ ଦାନ କଲେ ସ୍ୱାମୀ; ଏବେ ସ୍ୱାମୀଙ୍କ କଥା ଖୋଲି ଦେଇଛନ୍ତି ସ୍ତ୍ରୀ

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ହଇଚଇ ସୃଷ୍ଟି କରିଛି, ଯେଉଁଥିରେ ଜଣେ ବ୍ୟକ୍ତି ହରିଦ୍ୱାରର ହର କି ପାଉଡ଼ିରେ ତାଙ୍କ ଜୀବିତ ପତ୍ନୀଙ୍କ ଫଟୋ ଉପରେ ଛେପ ପକାଉଛନ୍ତି, ତା’ପରେ ପିଣ୍ଡ ଦାନ କରୁଛନ୍ତି ଏବଂ ତା’ପରେ ଏହାକୁ ଗଙ୍ଗାରେ ଫିଙ୍ଗି ଦେଉଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ବନାଉଥିଲା ସ୍ତ୍ରୀ । ଲୋକମାନଙ୍କର କମେଣ୍ଟ ପଢ଼ି ସହି ପାରିଲା ନାହିଁ ସ୍ବାମୀ । ପ୍ରଚଣ୍ଡ ରାଗରେ ଯାଇ ହରିଦ୍ବାରରେ ଶୁଦ୍ଧି ହୋଇଗଲା । ସ୍ତ୍ରୀର ଫଟୋରେ ମାଳ ପକାଇ ପିଣ୍ଡଦାନ କରିଦେଲା । ସ୍ବାମୀ ନୁହେଁ ସ୍ତ୍ରୀକୁ ଭଲ ଲାଗୁଥିଲା ଲୋକ ମାନଙ୍କର କମେଣ୍ଟ । ଏ ସବୁ କିନ୍ତୁ ସ୍ବାମୀକୁ ଭଲ ଲାଗୁ ନଥିଲା । ସ୍ତ୍ରୀ ଫଟୋ ଉପରେ ଫୁଲମାଳ ପକାଇ ଗଙ୍ଗାରେ ଯାଇ ପିଣ୍ଡ ଦାନ କରିଦେଲେ ।

ଏବେ ପତ୍ନୀ ନେହା ଆରୋରା ସାମ୍ନାକୁ ଆସି ସତ୍ୟର ଅନ୍ୟ ପାର୍ଶ୍ୱ ପ୍ରକାଶ କରିଛନ୍ତି। ଡେରାଡୁନର ବାସିନ୍ଦା ନେହା ଆରୋରା ତାଙ୍କ କାହାଣୀର ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ସମ୍ପୂର୍ଣ୍ଣ ସତ୍ୟ ନ ଜାଣି ଭିଡିଓଟିକୁ ସେୟାର କରୁଛନ୍ତି ଏବଂ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅମିତ ଜଣେ ମଦ୍ୟପ ଏବଂ ପ୍ରାୟତଃ ତାଙ୍କୁ ଗାଳିଗୁଲଜ ଏବଂ ଆକ୍ରମଣ କରନ୍ତି। ଦୁହେଁ ବହୁତ ଦିନ ଧରି ମତଭେଦରେ ଅଛନ୍ତି ଏବଂ ମାମଲା ବର୍ତ୍ତମାନ କୋର୍ଟରେ ଅଛି।

ସେମାନେ ଆଇନଗତ ଛାଡପତ୍ର ପାଇଁ ଲଢ଼ୁଛନ୍ତି।  ପତ୍ନୀ ଅଭିଯୋଗ କରିଛନ୍ତି କି “ମୁଁ ଜୀବିତ ଅଛି, କିନ୍ତୁ ମୋ ସ୍ୱାମୀ ମୋତେ ମାରି ସାରିଲେଣି । ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଏହିଭଳି କାଣ୍ଡ ଘଟାଇଛନ୍ତି । ତାଙ୍କ ସ୍ବାମୀ କୁଆଡ଼େ ଚାହୁଁଥିଲେ ସମାଜ ଏବଂ ପରିବାର ଆଗରେ ତାଙ୍କୁ ମୃତ ବୋଲି ପ୍ରମାଣିତ କରିଦେବାକୁ। ଯାହାପରେ ସେ ଦ୍ୱିତୀୟ ବିବାହ କରିପାରିବେ। ଯଦି ଦେଖିବା ଅଭିଯୋଗ ପରେ ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କରୁଛି ଏବଂ ସ୍ୱାମୀଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଛି।