ପ୍ରଧାନଶିକ୍ଷକଙ୍କୁ ବସନ୍ତ ବିଶ୍ୱାଳ ସମ୍ମାନ

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ରପୁର ଉଲୁଣ୍ଡା ବ୍ଲକ ଧର୍ମଶାଳା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚଳିତ ବର୍ଷ ‘ବସନ୍ତ ବିଶ୍ୱାଳ ଆୱାର୍ଡ’ ପ୍ରଦାନ କରାଯାଇଛି । ସ୍କାଉଟ ଗାଇଡ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତ୍ୟେକ ବର୍ଷ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନଙ୍କୁ ରାଜ୍ୟ ସ୍ତରରେ ‘ବସନ୍ତ ବିଶ୍ୱାଳ ଆୱାର୍ଡ’ ରେ ସମ୍ମାନିତ କରାଯାଇଥାଏ ।
ଚଳିତ ବର୍ଷ ଭାରତ ସ୍କାଉଟ ଗାଇଡର ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଆୟୋଜିତ ‘ବସନ୍ତ ବିଶ୍ୱାଳ ଆୱାର୍ଡ’ ଉତ୍ସବରେ ଧର୍ମଶାଳା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ କମିଶନରଙ୍କ ଉପସ୍ଥିତିରେ ଉପ ସଭାପତିଙ୍କଠାରୁ ଶ୍ରୀ ମେହେର ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ସୋନପୁର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ତଥା ଗାଇଡ କ୍ୟାପଟେନ ସ୍ୱଣ୍ଡଳତା ମହାରଣାଙ୍କୁ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ‘ବସନ୍ତ ବିଶ୍ୱାଳ ଆୱାର୍ଡ’ ପ୍ରଦାନ କରାଯାଇଛି ।