ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ୟୁଏସ ଓପନ ସେମିରେ ବିଜୟ ହାସଲ କରି ୧୯ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କଲେ ସ୍ପେନର ଟେନିସ ତାରକା ରାଫେଲ ନାଡାଲ । ଫାଇନାଲରେ ନାଡାଲ ଋଷ ଖେଳାଳି ସିଡ ଡାନିଲ ମେଡେଭେଦେବଙ୍କୁ ଭେଟିବେ । ଚଳିତ ବର୍ଷ ମିଶାଇ ନାଡାଲ ପଂଚମ ଥର ୟୁଏସ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଗୁରୁବାର ରାତିରେ ୟୁଏସ ଓପନ ପୁରୁଷବର୍ଗ ସେମି ଫାଇନାଲରେ ନାଡାଲ ଇଟାଲୀର ମାଟ୍ଟିଓ ବାରେଟ୍ଟିନୀଙ୍କ ସହ ମ୍ୟାଚ ହୋଇଥିଲା । ରବିବାର ଦିନ ହେବାକୁ ଥିବା ଫାଇନାଲରେ ନାଡାଲ ଏହି ମ୍ୟାଚ ଖେଳିବା ପାଇଁ ମୁଁ ବହୁତ ଉତ୍କଣ୍ଠା ଓ ଆଗ୍ରହୀତ ଅଛି । ସିଜିନ ଆରମ୍ଭରୁ ମୁଁ ଭାବି ନଥିଲି ଫାଇନାଲ ଖେଳି ପାରିବି ବୋଲି । ମୁଁ ଆଶା କରୁଛି ମଁ ଫାଇନାଲରେ ଭଲ ପ୍ରଦର୍ଶନ କରିବି ବୋଲି । ଅନପଟେ ୨୦୦୫ ପରେ ଋଷର ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।