ଭାରତୀୟ ମହିଳା କ୍ରିକେଟ୍ ଜଗତରୁ ଆସିଛି ଏକ ବଡ଼ ଖବର। ଭାରତୀୟ ମହିଳା ଦଳର ବ୍ୟାଟର୍ ସବ୍ବିନେନି ମେଘନା କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍ପ୍ରେମୀ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଥାପିଥିବା ମେଘନା ନିଜ କ୍ୟାରିୟରରେ ମାତ୍ର ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ।

ସେ ୨୦୨୨ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଦଳର ମଧ୍ୟ ସଦସ୍ୟ ଥିଲେ। ଆନ୍ଧ୍ରପ୍ରଦେଶର ସବ୍ବିନେନି ମେଘନା ୨୦୧୬ରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ। ତାଙ୍କ କ୍ୟାରିୟରରେ ମୋଟ ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ରହିଛି। ଏଥିରେ ୩ଟି ଦିନିକିଆ ଓ ୧୭ଟି ଟି-୨୦ ମ୍ୟାଚ୍ ସାମିଲ ଅଛି।