ନୂଆଦିଲ୍ଲୀ: ସାଇକେଲକୁ ପଛରେ ପକାଇ ବୁଲଡୋଜର ପହଁଚିଲା ବିଧାନସଭାରେ । ଏଥର ନିର୍ବାଚନର ପକୃତ ହିରୋ ବୁଲଡୋଜର । ଜିତିବା ଖୁସିରେ କର୍ମୀ ଭୁଲିଗଲେ ବିଜେପି ପତକା । ଖାଲି ବ୍ୟାନର ନୁହଁ ବୁଲଡ଼ୋଜର ରିଟର୍ଣ୍ଣର ସ୍ଲୋଗାନ ବି ଶୁଭୁଥିଲା । ଫୁଲଠୁ ଅଧିକ ଦୈାଡିଲା ବୁଲଡୋଜର । ଏକଥା ଆମେ ନୁହଁ ବରଂ ୟୁପି ନିର୍ବାଚନ ଜିତିବା ପରେ ବିଜେପି କର୍ମକର୍ତ୍ତା ମାନଙ୍କ ମୁହଁରୁ ଶୁଣିବାବୁ ମିଳୁଛିି ଏହି କଥା । ସୋସିଆଲ ମିଡ଼ିଆଠାରୁ ବୈଦ୍ୟୁତିକ ଗଣମାଧ୍ୟମ । ସବୁଠି ଖବରର ଶିରୋନାମାରେ ବୁଲଡୋଜର ଆଉ ବୁଲଡୋଜର ବାବା । କାରଣ ଏଥର ୟୁପି ନିର୍ବାଚନରେ ପ୍ରକୃତ ହିରୋ ହେଉଛି ବୁଲଡ଼ୋଜର । କାହାକୁ ବି ଖବର ନଥିଲା କି ଏଥର ୟୁପି ନିର୍ବାଚନରେ ବୁଲଡ଼ୋଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ।
ୟୁପିରେ ନିର୍ବଚନ ତାତି ଯେତିକି ବଢ଼ୁଥିଲା ବୁଲଡ଼ୋଜର ଚାହିଦା ବି ସେତିକି ବଢ଼ିଚାଲିଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଲଡ଼ୋଜର ବାବା ବୋଲି ସମ୍ଭୋଧନ କରାଯାଉଥିଲା । ଆପଣଙ୍କର ମନେ ଥିବ ଏକ ନିର୍ବାଚନ ପ୍ରଚାରରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବି ସିଏମ ଯୋଗୀଙ୍କୁ ବୁଲଡ଼ୋଜର ବାବା କହି ମଜାକ ଉଡ଼ାଇଥିଲେ । ବାସ ଏହାପରଠୁ ହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ସବୁ ରାଲିରେ ବୁଲଡ଼ୋଜରକୁ କ୍ରେଡ଼ିଟ ଦେବା ଭୁଲନ୍ତିନି । ଏପରିକି ଯୋଗୀଙ୍କ ସଭାରେ ବୁଲଡ଼ୋଜରବି ଉପସ୍ତିତ ଥିବା କଥା ନିଜେ ଯୋଗୀ କହିଥିବାର ନଜର ରହିଛି ।
ଆପଣଙ୍କୁ କହି ରଖିବୁ ଯେ ଏଥର ୟୁପି ନିର୍ବାଚନରେ ବୁଲଡ଼ୋଜର ସିଏମ ଯୋଗୀଙ୍କର ଆଉ ଏକ ପରିଚୟ ପାଲଟିଛି । ସିଏମ ଯୋଗୀଙ୍କର ଅନେକ ରାଲିରେ ବାବା କା ବୁଲଡ଼ୋଜର ଲେଖାଥିବା ଅନେକ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି । ଏକଥା ଆମେ ନୁହଁ ଯାହା ନିର୍ବାଚନ ଜିତିବା ପରେ ପାର୍ଟିର କର୍ମକର୍ତ୍ତା ମାନେ ହାତରେ ବୁଲଡ଼ୋଜର ରିଟର୍ଣ୍ଣର ପୋଷ୍ଟର ଧରିଥିବାର ଚିତ୍ର ସାମ୍ନାକୁ ଆସିଛି । ୟୁପିରେ ପୂର୍ବରୁ ଅନେକ ମାଫିଆ, ଗଣ୍ଡା, ରାଜନେତାଙ୍କ ଘରେ ବୁଲଡ଼ୋଜର ଚାଲିଛି । ନିର୍ବାଚନ ସମୟରେ ସିଏମ ଯୋଗୀ ଏହା ମଧ୍ୟ କହିଥିଲେ ୧୦ ମାର୍ଚ୍ଚ ପରେ ପୁଣି ଥରେ ବୁଲଡ଼ୋଜର ଚାଲିବ ବୋଲି । ଆଉ ଏବେ ଏହି କଥା ସତ ହୋଇଛି । ବୁଲଡ଼ୋଜର ନିତିକୁ ଜନତାଙ୍କ ସମର୍ଥନ ମଧ୍ୟ ମିଳିଯାଇଛି ।