ଖୋଲା ଆକାଶ ତଳେ ଧାନବସ୍ତା ଓ ଚାଷୀ

(ଦୀପକ ମିଶ୍ର / ଉଦଳା ) : ନିଜର କଷ୍ଟ ଉପାର୍ଜିତ ଅମଳକୁ ବିକ୍ରି କରିବା ପାଇଁ ଚାଷୀ ଏବେ ଚିନ୍ତାରେ । ମୟୁରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକର ଏ ହେଉଛି ନୁଦଡ଼ିହା ପଂଚାୟତରେ କୁକୁରଡ଼ିମା ଗ୍ରାମ । ଏହି ଗ୍ରାମରେ ୨୦ ଉଦ୍ଧ୍ୱର୍ ଚାଷୀ ଧାନ ବିକ୍ରୀ କରିପାରୁନଥିବା ଯୋଗୁଁ ଏବେ ଚିନ୍ତାରେ ରହିଛନ୍ତି । ଆଜିକୁ ୨୫ ଦିନ ହେବ ଖୋଲା ଆକାଶ ତଳେ ଧାନବସ୍ତା ରଖି ଜଗି ବସିଛି ଚାଷୀ ।
ଚାଷୀ ମାନେ ଏହି ସମସ୍ୟା ସମ୍ପର୍କରେ ଜିଲ୍ଲପାଳଙ୍କୁ ଜଣାଇ ଆସିଥିଲେ ମଧ୍ୟ ସେମାନଙ୍କର ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
ତେବେ ଏ ସମ୍ପର୍କରେ କପ୍ତିପଦା ଉପଖଣ୍ଡ ର ସମବାୟ ସମିତିର ସହକାରୀ ନିବନ୍ଧକଙ୍କ କହିଛନ୍ତି କି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶରେ ଚାଷି ମାନେ ଲିଖିତ ଅଭିଯୋଗ କରିବା ପରେ ତାହାକୁ ତଦନ୍ତ କରି ଚାଷୀଙ୍କ ସମସ୍ୟା ଦୂର କରାଯିବ ।