ଜଗତସିଂହପୁର /ଦିଲ୍ଲିପ ସାହୁ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତା ଶାରଳାରୋଡ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଜଣ ଗୁରୁତର ଆହତ ହୋଇ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୃତଗତୀରେ ଆସୁଥିବା ଏକ ମାଲବାହୀ ଗାଡି ହାଇୱାକୁ ପଛପଟେ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରକର ସମ୍ମୁଖ ଭାଗରେ ଜଣେ ବ୍ୟକ୍ତି ଏବଂ ଗାଡ଼ି ଡ୍ରାଇଭର ଚାପିହୋଇ ଫସି ରହିଥିଲେ । ସ୍ଥାନୀୟ ଲୋକ ଏବଂ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଗାଡିକୁ କାଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି।
ଗୁରୁତର ଆହତ ବ୍ୟକ୍ତି ଜଣଙ୍କ ଗଞ୍ଜାମର ରଘୁନାଥ ବେହେରା । ସେ ରେଳବିଭାଗ ପାରାଦ୍ୱୀପରେ ଚାକିରୀ କରୁଥିବା ପରିଚୟ ଦେଉଥିବା ବେଳେ ଅନ୍ୟତମ ଆହାତ ଗାଡି ଚାଳକ ରାଜୁ ବିଶ୍ୱାଳ ଘର କୋଣାର୍କ ପୁରୀ ଜିଲ୍ଲାର ବୋଲି ପରିଚୟ ଦେଇଛନ୍ତି ।ଉଭୟ ମଣିଜଙ୍ଗା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଶବ୍ଦ ଶୁଣି ଆଖପାଖର ଶତାଧିକ ଲୋକ ରୁଣ୍ଡ ହୋଇଥିଲେ।କିଛି ସମୟ ଧରି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।