ଭୁବନେଶ୍ୱର-: ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ୩୫ ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୩୨ ଟି ଜିଲ୍ଲାର ଅନ୍ତରୀଣ ବା ମଧ୍ୟବର୍ତ୍ତୀ କାଳୀନ ଜିଲ୍ଲା ସଭାପତି ନିଯୁକ୍ତ କରି ତାଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ବାକି ୩ ଜିଲ୍ଲାର ଷ୍ଟିଆରିଂ କମିଟି ବୁଝିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ଜିଲ୍ଲା ଓ ଜିଲ୍ଲା ସଭାପତିଙ୍କ ନାମ ଯଥାକ୍ରମେ=
ଅନୁଗୁଳ – ଇଂ ଅମ୍ବିକା ପ୍ରସାଦ ଭଟ୍ଟ, ବାଲେଶ୍ଵର – ସଞ୍ଜୀବ ଗିରି, ବରଗଡ଼ – ହରଦୀପ ସିଂହ, ଭଦ୍ରକ – ଅସିତ୍ ପଟ୍ଟନାୟକ, ଭୁବନେଶ୍ୱର – ବିଶ୍ୱଜିତ୍ ଦାଶ, ବୌଦ୍ଧ – ନବ କୁମାର ମିଶ୍ର, କଟକ ସହର – ସୋଫିଆ ଫିର୍ଦୋଷ, କଟକ ଜିଲ୍ଲା – ପ୍ରଦୀପ୍ତ କୁମାର ଦାସ, ଦେବଗଡ଼ – ସେମ୍ ହେମ୍ବ୍ରମ, ଢେଙ୍କାନାଳ – ଛବିରାଜ ବିଶ୍ଵାଳ, ଗଜପତି – ଦାଶରଥି ଗମାଙ୍ଗୋ, ଗଞ୍ଜାମ( ପୂର୍ବ) – ଦେବକାନ୍ତ ଶର୍ମା, ଜଗତସିଂହପୁର – ନଟବର ବାରିକ, ଯାଜପୁର – ମନୋଜ ରାଉତ, ଝାରସୁଗୁଡ଼ା – ଜୀବନ ସାର୍ଥକ ଦାଶ, କଳାହାଣ୍ଡି – ଜଳନ୍ଧର ନାୟକ, କନ୍ଧମାଳ – ଚନ୍ଦ୍ର ପରିଡା, କେନ୍ଦ୍ରାପଡ଼ା – ପ୍ରଫୁଲ୍ଲ ଦାଶ, କେନ୍ଦୁଝର – ସଙ୍ଗୀତା ସିଂହ, ଖୋର୍ଦ୍ଧା – ରାଜୀବ ପଟ୍ଟନାୟକ, କୋରାପୁଟ – ଶଶିଭୂଷଣ ପାତ୍ର, ମାଲକାନଗିରି – ଜି ଶ୍ରୀନିବାସ ରାଓ, ମୟୂରଭଞ୍ଜ(ପୂର୍ବ) – ଅରବିନ୍ଦ ଦାଶ, ମୟୂରଭଞ୍ଜ (ପଶ୍ଚିମ) – ଭୁବନ ବିହାରୀ ସାହୁ, ନୟାଗଡ଼ – ସତ୍ୟବ୍ରତ ନାୟକ, ନୂଆପଡ଼ା – ଘାସିରାମ ମାଝୀ, ପୁରୀ – ରାଜେଶ ମିଶ୍ର, ରାୟଗଡ଼ା – ଦୁର୍ଗା ପ୍ରସାଦ ପଣ୍ଡା, ରାଉରକେଲା – ଜ୍ଞାନେନ୍ଦ୍ର ଦାସ, ସମ୍ବଲପୁର – ଦୁର୍ଗା ପାଢ଼ୀ, ସୁବର୍ଣ୍ଣପୁର – ବିନୋଦ ପାତ୍ର, ସୁନ୍ଦରଗଡ଼ – ନିର୍ମଳ ନାୟକ । ତେବେ ଅବଶିଷ୍ଟ ୩ ଟି ସାଂଗଠାନିକ ଜିଲ୍ଲା ବଲାଙ୍ଗୀର,ଗଞ୍ଜାମ( ପଶ୍ଚିମ) ଓ ନବରଙ୍ଗପୁର ଦାଇତ୍ୱ ଷ୍ଟିଆରିଂ କମିଟି ବୁଝିବ ।