ଆଜି ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ:- ଆଜି ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାବାହୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କିରିଟି, ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି ସ୍ୱର୍ଣ୍ଣଅଳଙ୍କାରେ ବିଭୂଷିତ ହେବେ ଶ୍ରୀଜିଉ । ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୂଜା ସରିବା ପରେ ମହାପ୍ରଭୁ ଆୟପଧ ଧାରଣ କରିବେ । ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

puri cc