ଭୁବନେଶ୍ୱର : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ନେତାଜୀ ଜୟନ୍ତୀ ପାଳନ ପାଇଁ ସାରାଦେଶରେ ଉତ୍ସାହ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା‘ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ।ସେ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ବପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ କଟକର ମାଟି, ପାଣି, ପବନରେ। ହଜାରେ ବର୍ଷର ସହର କଟକ ମାଟିରେ,୧୮୯୭ ମସିହା ଆଜିର ଦିନରେ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ସୁଭାଷ। ୧୪ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ।
୧୯୦୨ରେ ୟୁରୋପିଆନ୍ ପ୍ରୋଟେଷ୍ଟାଣ୍ଟ୍ ସ୍କୁଲରେ ପାଠ ଆରମ୍ଭ କରିଥିବା ନେତାଜୀଙ୍କ ପ୍ରକୃତ ପରିବର୍ତ୍ତନ ହୋଇଥିଲା ରେଭେନ୍ସା କଲିଜିଏଟ୍ରେ ।୧୯୨୦ ମସିହାରେ ଆଇସିଏସ୍ ପରୀକ୍ଷାରେ ନେତାଜୀ ଚତୁର୍ଥସ୍ଥାନରେ ରହିଥିଲେ । କିନ୍ତୁ ବ୍ରିଟସ ଶାସନ ଅତ୍ୟାଚାରକୁ ବିରୋଧ କରି ସେ ଚାକିରି ଛାଡିଦେଇଥିଲେ । ପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୩୮ରେ ସେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ।୧୮ ଅଗଷ୍ଟ ୧୯୪୫ରେ ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ମାତ୍ର ଏ କଥାକୁ ଅନେକ ମାନିବାକୁ ନାରାଜ। ଆଜି ବି ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି।ଏକ ବିମାନ ଦୁର୍ଘଟଣାରେ ତାଇୱାନଠାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।