ଏମପିରେ ତ୍ରିସ୍ତରୀୟ  ପଞ୍ଚାୟତ ନିର୍ବାଚନ

ଭୋପାଲ : ମଧ୍ୟପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ବସନ୍ତ ପ୍ରତାପ ସିଂହ ଏହି ସୂଚନା ଦେଇଛନ୍ତି । ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଜୁନ ୨୫ରେ, ଦ୍ୱିତୀୟରେ ଜୁଲାଇ ୧ ଏବଂ ଜୁଲାଇ ୮ରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏହି ଇଭିଏମ ବଦଳରେ ବାଲାଟ ପେପରର ବ୍ୟବହାର କରାଯିବ । ଏନେଇ ଶୁକ୍ରବାର ଠାରୁ ପଞ୍ଚାୟତ କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି ।