ଭୁବନେଶ୍ୱର: ୪ଟାରେ ପୁଣି ଗୃହରେ ଉଭୟ ବିଜେପି ଓ ବିଜେଡ଼ି ସଦସ୍ୟଙ୍କ ହଟ୍ଟଗୋଳ । ବିଜେପି ବିଧାୟକ ମାନେ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ ନେଇ ହାତରେ ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିବା ବେଳେ ବିଜେଡ଼ି ବିଧାୟକ ମାନେ ପରୀ ହତ୍ୟା ଘଟଣାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ନିଜ ସିଟରେ ପାଖରେ ଛିଡ଼ା ହୋଇ ନାରାବାଜି କରୁଛନ୍ତି ।ବାଚସ୍ପତିଙ୍କ ପୋଡ଼ିୟମ ପାଖରେ ଛିଡା ହୋଇ ବିଜେପି ସଦସ୍ୟଙ୍କ ହୋହାଲ୍ଲା କରୁଥିବା ବେଳେ ପରୀ ହତ୍ୟା ଘଟଣାରେ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି ବିଜେଡି । ତେଣ ପୁଣି ୧ଘଣ୍ଟା ପାର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ସେପଟେ ବାଚସ୍ପତିଙ୍କ ପୋଡ଼ିୟମର ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ ।