ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦୀ ନୂତନ କ୍ୟାବିନେଟ୍ର ପ୍ରଥମ ବୈଠକ ପରେ କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ସହାୟତା ପାଇଁ ଏକ ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷକ ସମୁଦାୟକୁ ଦୁଇ କୋଟି ଟଙ୍କାର ଋଣ ସହିତ ମଣ୍ଡିର ଭିତ୍ତିଭୂମୀ ସୁଦୃଢ କରାଯିବ ରେ ଏହି ଅର୍ଥ ବ୍ୟୟ ହେବ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହଛନ୍ତି, କରୋନା ମହାମାରୀ ମୁକାବିଲାରେ ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ରିଲିଫ ପ୍ୟାକେଜ୍ ଘୋଷଣା କରାଯାଇଛି। ୧୫ ହଜାର କୋଟି ଟଙ୍କା ଫଣ୍ଡ କୋଭିଡ୍ ଆରମ୍ଭ ସମୟରେ ଦିଆଯାଇଥିଲା। ଏହି ଅର୍ଥରେ କୋଭିଡ୍ ସେଣ୍ଟର, କେୟାର ସେଣ୍ଟର ଓ ଲ୍ୟାବ୍ ସ୍ଥାପନ କରାଯାଇଛି। ଏହି ପରି ଦ୍ଵିତୀୟ କରୋନା ଲହରରେ ଯେଉଁ ସମସ୍ୟା ଉତ୍ପନ ହୋଇଛି, ତାର ମୁକାବିଲା ପାଇଁ ଭାରତ ସରକାର ୨୩ ହଜାର କୋଟି ଟଙ୍କାର ଦ୍ଵିତୀୟ ପ୍ୟାକେଜ୍ ଜାରି କରିଛନ୍ତି।