ସୂର୍ଯ୍ୟକୁମାରଙ୍କ ପାଇଁ ବନ୍ଦ ହେଉଛି ଟିମ୍ ଇଣ୍ଡିଆର ରାସ୍ତା !

ଟି-୨୦ ବିଶ୍ୱକପ୍ ବିଜୟର ନାୟକ, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବଢ଼ିଲା ଅଡୁଆ। ଜାତୀୟ ଦଳକୁ ଫେରିବା ପାଇଁ ଜାରି ରହିଛି କଠିନ ପରିଶ୍ରମ। ଘରୋଇ କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଟିମ୍ ଇଣ୍ଡିଆକୁ ଫେରିବା ଏବେ ତାଙ୍କ ପାଇଁ ସହଜ ହେବ ନାହିଁ। କାରଣ ଚୟନକର୍ତ୍ତାଙ୍କ ଯୋଜନାରେ ଆଉ ନାହାନ୍ତି ସୂର୍ଯ୍ୟକୁମାର।

ମିଳିଥିବା ସୂଚନା ଅନୁସାରେ ସୂର୍ଯ୍ୟକୁମାର ବର୍ତ୍ତମାନ ଚୟନକର୍ତ୍ତାଙ୍କ ଯୋଜନାର ଅଂଶ ନୁହନ୍ତି। ଏପରିକି ହ୍ୱାଇଟ୍ ବଲ୍ କ୍ରିକେଟରେ ଯଶସ୍ୱୀ ଜୟସୱାଲଙ୍କ ଭଳି ଯୁବ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦେବା କଷ୍ଟକର ହୋଇପଡ଼ିଛି। ତେଣୁ ବର୍ତ୍ତମାନର ଦଳୀୟ ସନ୍ତୁଳନ ଏବଂ କମ୍ବିନେସନରେ ସୂର୍ଯ୍ୟକୁମାରଙ୍କୁ ସାମିଲ କରିବା ସହଜ ନୁହେଁ।

ତେବେ ସୂର୍ଯ୍ୟକୁମାର ନିଜ ପକ୍ଷରୁ କୌଣସି ଢିଲା ଦେଉନାହାନ୍ତି। ଘରୋଇ କ୍ରିକେଟରେ ଲିଷ୍ଟ-ଏ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ସହ ନିଜ ଫିଟନେସ୍ ଏବଂ ଫର୍ମ ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ କେବଳ ଭଲ ପ୍ରଦର୍ଶନ ଯେ ଜାତୀୟ ଦଳକୁ ଫେରିବା ପାଇଁ ଯଥେଷ୍ଟ ହେବ, ତାହା ଏବେ କହିବା ମୁସ୍କିଲ।