ଭାରତର ପରାଜୟରେ ରାଗିଗଲେ ଗାଙ୍ଗୁଲି!

ବିଜୟ ହାତରେ ଥିଲା, ହେଲେ ଶେଷ ମୁହୂର୍ତ୍ତରେ ସବୁକିଛି ବଦଳିଗଲା! ଭାରତର ଏଭଳି ପ୍ରଦର୍ଶନକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ। ଟିମ୍‌ ଇଣ୍ଡିଆର ନିରାଶାଜନକ ଫଳାଫଳ ପରେ ଚର୍ଚ୍ଚାରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଭାରତୀୟ କ୍ରିକେଟ୍‌ରେ ନିଜର ଆକ୍ରମଣାତ୍ମକ ନେତୃତ୍ୱ ପାଇଁ ପରିଚିତ ଗାଙ୍ଗୁଲି, ଦଳର ରଣନୀତି ଓ ପ୍ରସ୍ତୁତିକୁ ନେଇ ତୀକ୍ଷ୍ଣ ମତ ରଖିଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହା କେବଳ ରାଗର ପ୍ରଶ୍ନ ନୁହେଁ, ଭାରତୀୟ ଟିମ୍‌ର ଚୟନ ଓ ରଣନୀତିକୁ ନେଇ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ଆପତ୍ତି।

BCCI curators came and took over the Kolkata wicket: Sourav Ganguly  distances himself from Eden pitch saga - India Today

ଯେତେବେଳେ ପିଚ୍‌ ଧୀରେ ଧୀରେ ବ୍ୟାଟିଂ ପାଇଁ ଅନୁକୂଳ ହେଉଛି, ସେତେବେଳେ ଜଣେ ଦକ୍ଷ ସ୍ପେଶାଲିଷ୍ଟ ସ୍ପିନର୍‌ଙ୍କୁ କାହିଁକି ଖେଳାଗଲା ନାହିଁ? କୁଲଦୀପ ଯାଦବ କିମ୍ବା ମାନବ ସୁତାରଙ୍କ ଭଳି ଦକ୍ଷ ସ୍ପିନର୍‌ଙ୍କୁ ଦଳରେ ସୁଯୋଗ କାହିଁକି ମିଳିଲା ନାହିଁ? ୱାଶିଂଟନ ସୁନ୍ଦରଙ୍କୁ ଜଣେ ଅଲରାଉଣ୍ଡର ଭାବେ ଖେଳାଇ ଦଳରେ ଆଉ ଜଣେ ମୁଖ୍ୟ ସ୍ପିନର୍‌ଙ୍କୁ କାହିଁକି ରଖାଗଲା ନାହିଁ? ଗାଙ୍ଗୁଲିଙ୍କ ମତରେ, ଟେଷ୍ଟ କ୍ରିକେଟ୍‌ରେ ବିଜୟ ପାଇଁ କେବଳ ବଡ଼ ସ୍କୋର୍‌ ନୁହେଁ, ୨୦ଟି ୱିକେଟ୍‌ ନେବାର କ୍ଷମତା ମଧ୍ୟ ଜରୁରୀ।