ରାଜ୍ୟରେ ବଡିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକରେ ୪୦୦ ପାର

ନୂଆ ଦିଲ୍ଲୀ: ଦେଶରେ କମୁଛି ରାଜ୍ୟରେ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୧୨ହଜାର ତଳେ ଥିବା ବେଳେ ରାଜ୍ୟରେ ୪୦୦ ପାର କରିଛି । ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୧,୬୯୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୬୯,୬୮୪ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨୮ ଜଣଙ୍କ ପ୍ରଣ ନେଇଛି ଏହି କରୋନା ସଂକ୍ରମଣ । ଏହାକୁ ମିଶାଇ ସମୁଦାୟ ୫,୩୧,୨୫୮ ଜଣଙ୍କ ପ୍ରଣ ନେଇଛି କରୋନା । ଅନ୍ୟପଟେ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ । ୨୪ଘଣ୍ଟାରେ ଚିହ୍ନଟ ହେଲାଣି ୪୩୧ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସମୁଦାୟ ୨ହଜାର୪୧୧ କୁ ବୃଦ୍ଧିପାଇଛି । ତେବେ କୋଭିଡରେ ଆଉ କେହି ପ୍ରାଣ ହରାଇ ନଥିବା ବେଳେ ୧୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।