ରାଜ୍ୟରେ ନୂଆ ସରକାର ମହିଳା ସାମ୍ବାଦିକାଙ୍କ ସ୍ୱାସ୍ଥ୍ୟକୁ ଦେଲେ ଗୁରୁତ୍ୱ । ସୁସ୍ଥ ନାରୀ, ସଶକ୍ତ ନାରୀ ଅଭିଯାନ ଅଧୀନରେ ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମହିଳା ସାମ୍ବାଦିକାମାନଙ୍କ ନିମନ୍ତେ ବିଭାଗୀୟ କାର୍ୟ୍ୟାଳୟ ନ’ତାଲାରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରର ଆୟୋଜନ । ଏତଦବ୍ୟତୀତ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ୟାରତ ମହିଳା ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ଶିବିରରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରିପାରିବେ ।