ଶାଶୁ କହିଲେ ଗୁଣିଆ ସହ ସମ୍ପର୍କ ରଖ

ଜଳେଶ୍ବର/ଅଜିତ୍ ସାହୁ : ୮୦ ଦିନ ଗୁଣିଆ ପାଖରେ ବୋହୂକୁ ଛାଡିଥିଲା ଶାଶୁ।  ୮୦ ଦିନ ଗୁଣିଆ ପାଖରେ ବୋହୂକୁ ଛାଡିଥିଲା ଶାଶୁ। ଅଢେଇ ମାସ ଧରି ମହିଳାଙ୍କ ସହ ସମ୍ପର୍କ ରଖିôଲା ତାନ୍ତ୍ରିକ।ସ୍ୱାମୀ ବି କହୁଥିଲା ମୋ ମାଆ ଯାହା କହୁଛି ତାହା ଶୁଣ। ପାରବାରିକ ସମସ୍ୟାର ସମାଧାନ ପାଇଁ ଏଥିଲା ଶାଶୁର କାମ।  ଧୀକ୍ ତୁମ ଶାଶୁପଣୀଆ । କେମିତି ନିଜ ବୋହୁକୁ ପରପୁରୁଷ ପାଖରେ ଛାଡିଥିିଲ । ତୁମେ ପରା ଜଣେ ମାଆ , ଏ କେମିତିକା ବିଚାର । ପରିବାର କଳିଝଗଡାର ସମସ୍ୟା ପାଇଁ ଅନେକ ବାଟ ଅଛି ହେଲେ ଏଭଳି ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ୮୦ ଦିନ ବୋହୂକୁ କେମିତି ଛାଡିପାରିଲ ।

ସେ ସ୍ୱାମୀକୁ ଧୀକ୍ । ସାତ ଜନ୍ମ ସାଥୀହେବା ପାଇଁ ତୁମେ ବା କଥା ଦେଇଥିଲା, କିପରି ସ୍ତ୍ରୀର ହାତ ଛାଡିଦେଲ । ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ନା ,ଏସବୁ ଆମେ କଣ ପାଇଁ କହୁଛୁ, ଏକଥା ଆମେ କହୁନୁ , ଏ ହେଉଛି ଜଣେ ମହିଳାଙ୍କ କଥା । ପାରିବାରିବ ସମମ୍ୟାସ ସମାଧାନ ପାଇଁ ମଣିଷ ଏତେ ଯେ ତଳକୁ ଖସିଯାଇପାରେ ଏହାଏକ ଜ୍ୱଳନ୍ତ ଉଦାହରଣ । ପୁରା ଘଟଣା ଉପରେ ଥରେ ନଜର ପକାନ୍ତୁ । ଜଳେଶ୍ବର ଅଞ୍ଚଳର ଜନୈକା ଯୁବତୀ ରାଇବଣିଆ ଥାନା ଅଞ୍ଚଳର ଅନ୍ତର୍ଗତ ଜନୈକ ବ୍ୟକ୍ତିଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ ।

ତେବେ ବିବାହ ର କିଛି ମାସ ପରେ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା । ଶାଶୁ-ଶଶୁର ଏବଂ ତାଙ୍କ ପରିବାର ପକ୍ଷରୁ ଯୁବତୀ ଙ୍କୁ ଶାରୀରିକ ଏବଂ ମାନସିକ ନିର୍ୟାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ । ଏହି ପାରିବାରିକ ଅଶାନ୍ତି ଦୂର କରିବା ପାଇଁ ଯୁବତୀ ଙ୍କ ଶାଶୁ ତାଙ୍କ ବିଶ୍ୱାସ ଜନ୍ମାଇ ଭୋଗରାଇ ଅଞ୍ଚଳର ଜଣେ ତାନ୍ତ୍ରୀକଙ୍କ ପାଖକୁ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ , ତେବେ ପିଡୀତଙ୍କ ଅନିଚ୍ଛା ସତ୍ୱେ ଶାଶୁଙ୍କ ଉପସ୍ଥିତିରେ ତାନ୍ତ୍ରୀକ ଜଣକ ଶାରୀରିକ ସଂପର୍କ ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏହି ଘଟଣା ଅନ୍ୟ କାହା ଆଗରେ ପ୍ରକାଶ କଲେ, ଯୁବତୀ ଙ୍କ ଅଢେଇ ବର୍ଷ ର ପୂତ୍ର କୁ ଜୀବନ ରୁ ମାରି ଦେବା କୁ ଉଭୟ ଶାଶୁ ଏବଂ ତାନ୍ତ୍ରୀକ ମିଶି ଧମକ ଦେଇଥିଲେ । ଏହାର କିଛି ଦିନ ପରେ ଶାଶୁ ଉକ୍ତ ତାନ୍ତ୍ରୀକ ସହ ମିଶି ଯୁବତୀ ଏବଂ ତାଙ୍କ ପୂଅ କୁ ଅପହରଣ କରି ମୟୁରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳର ଏକ ବନ୍ଦ କୋଠରୀ ଭିତରେ ରଖିଥିଲେ । ଯୁବତୀ ଙ୍କ ଅନିଚ୍ଛା ସତ୍ବେ ତାନ୍ତ୍ରୀକ ଜଣକ ଅଢେଇ ମାସରୁ ଅଧିକ ସମୟ ଧରି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

ତେବେ ଗତ ଏପ୍ରିଲ ୨୮ ତାରିଖରେ ତାନ୍ତ୍ରୀକ ଜଣକ ମୋବାଇଲ ରଖି ବାହାରକୁ ଯାଇଥିଲେ। ଅନୁପସ୍ଥିତି ର ସୁଯୋଗ ନେଇ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଫୋନ କରି ତାଙ୍କୁ ଉଦ୍ଧାର ପାଇଁ କହିଥିଲେ । ଖବର ପାଇ ପରିବାର ଲୋକେ ମୋରଡା ପୋଲିସ ସହାୟତାରେ ସେଠାରେ ପହଞ୍ଚି ଯୁବତୀ ଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ , ଏନେଇ ଜଳେଶ୍ବର ଥାନାରେ ଯୁବତୀ ଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି ।