ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖରେ ଶେଷ ହେବ। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁଲାଇ ୧୭ରେ ସର୍ବଦଳୀୟ ବୈଠକ ଡକାଯାଇଛି। ବୈଠକଟି ସଂସଦର କନଫେରନ୍ସ ହଲରେ ଦିନ ୧୧ଟାରେ ଅନୁଷ୍ଠିତ ହେବ। ସଂସଦର ମୌସୁମୀ ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନ ୨୬ ଦିନ ଧରି ଚାଲିବ। ଅଧିବେଶନ ସମୟରେ ୧୨ଟି ନୂଆ ବିଲ ଆସବ ବୋଲି ଜଣାପଡିଛି। ସଂସଦର ଅଧିବେଶନ ସମୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ତେବେ ବିରୋଧୀ ଦଳ ପକ୍ଷରୁ ଅଗ୍ନିପଥ ଯୋଜନା, ବେରୋଜଗାରୀ, ଦରବୃଦ୍ଧି ସହିତ ଜାତାୟୀ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ନେଇ ସରକାରଙ୍କୁ ଘେରି ପାରନ୍ତି ବୋଲି ଅନୁମାନ କରାଯାଉଛି।