ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମହୁଲପଲ୍ଲୀ ମୃତ ଦେହ ଉଦ୍ଧାର ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଗଞ୍ଜାମ ଜିଲ୍ଲା ହିଂଜିଳି ଥାନାର ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀ ଗ୍ରାମର ଏକ ଘରୋଇ ସ୍ମଶାନରୁ ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ହତ୍ୟାର ଗୁମର ଖୋଲିଛି ପୋଲିସ।ଏହି ଘଟଣାରେ ହିଂଜିଳି ପୋଲିସ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଗତ ମାସ ୨୯ ରିଖ ଦିନ ଠାରୁ ପ୍ରଶାନ୍ତ ଫେରାର ଥିଲା , ହିଂଜିଳି ପୋଲିସ ହତ୍ୟା ଘଟଣାର ନିରପକ୍ଷ ତଦନ୍ତ କରି ବ୍ରହ୍ମପୁର ରେଳ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତକୁ ଧରିଛି। ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଥିବା ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ଅଭିଯୁକ୍ତ ପୋଲିସ ଆଗରେ ମହିଳାଙ୍କ ମୃତ୍ୟୁର ସବିଶେଷ ମାନିଯାଇଛି ।ହତ୍ୟାକାଣ୍ଡରେ ପରିବାରର ତିନି ଭାଇ ସାମିଲ ଥିଲେ ।