ଲଗାଣ ବର୍ଷାରେ ଘରେ ପଶିଲା ପାଣି

ପାପଡାହାଣ୍ଡି/ଅନିଲ ପ୍ରଭାତ ଭତ୍ରା: ଲଗାଣ ବର୍ଷାରେ ଘରେ ପଶିଲା ପାଣି । ଘରର ଆସବାପତ୍ର ସବୁ ବର୍ଷା ପାଣିରେ ଓଦା ହୋଇଛି ଯାହା ଫଳରେ ଲୋକେ ହଇରାଣ ହୋଉଛନ୍ତି । ଡ୍ରେନରେ ଠିକ ଭାବେ ତଦାରଖ ହେବାରୁ ଏଭଳି ସମସ୍ୟା  ହୋଇଥିବା ଅଭିଯୋଗ କରୁଛନ୍ତି ସାହି ବାସିନ୍ଦା । ଏଭଳି ହୋଇଛି ପାପଡାହାଣ୍ଡି ବ୍ଲକରେ । ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ରୟାଲ ପୁବ୍ଲିକ ସ୍କୁଲ ନିକଟ ଜଗନ୍ନାଥଙ୍କ ଘରେ ପାଣି ପଶି ଯାଇଥିଲା ।ଘରର ବହୁ ଆସବାପତ୍ର ଭିଜିବା ଫଳରେ ପରିବାର ଲୋକସମସ୍ୟା ଘେରରେ ରହିଛନ୍ତି । ଭିମା ସାହି ,ଗତି ସାହି ଅଂଚଳର ବର୍ଷା ପାଣି ଯୋଗୁଁ ଏଭଳି ଅବସ୍ଥା ହୋଇଛି ବୋଲି ଜଗନ୍ନାଥ ଅଭିଯୋଗ କରିଛନ୍ତି । ଶୀଘ୍ର ଏହାର ସମାଧାନ କରାଯାଉ ବୋଲି ପ୍ରଶାସନକୁ ସାହି ବାସିନ୍ଦା ଦାବି କରିଛନ୍ତି ।ଆଗକୁ ବର୍ଷା ଅଛି ଯଦି ଡ୍ରେନର ସମସ୍ୟା ଦୂର କରା ଯାଏ ତେବେ ଆଗକୁ ଲୋକେ ବହୁତ ହୋଇରାଣ ହେବାର  ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି