ଅତି ନିଷ୍ଠାର ସହ ସମାପନ  ହୋଇଛି ପବିତ୍ର ସଫଳା ଏକାଦଶୀ

ପୁରୀ / ସଞ୍ଜୟ ମହାପାତ୍ର:  ପବିତ୍ର ସଫଳା ଏକାଦଶୀରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ। ଗତକାଲି ସଂନ୍ଧ୍ଯା ଧୂପ ପରେ ଚୁନରା ସେବକ ମାନେ ଅତି ନିଷ୍ଠାର ସହ ଏହି ନିତି ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ମହାଦୀପ ଉଠିବାର ପରମ୍ପରା ରହିଛି । ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠିଥିଲା। ଆଉ ଏହାର ବିରଳ ଦୃଶ୍ୟ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି। ଖାଲି ଶ୍ରୀମନ୍ଦିର ପରିସରରେ ରହିଥିବା କେବଳ ଭକ୍ତ ମାନେ ନୁହଁନ୍ତି ଶ୍ରୀମନ୍ଦିର ଠାରୁ ଦଶକିଲୋମିଟର ବ୍ଯାପି ଗ୍ରାମର ଲୋକମାନେ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥାନ୍ତି। ମହାପ୍ରଭୁଙ୍କର ଏହା ଏକ ଅନନ୍ଯ ନିତି। ପ୍ରତି ମାସ ଏକାଦଶୀ ଦିନ ଅଁଳାବେଢାକୁ ମହାଦୀପ ଉଠିବାର ପରମ୍ପରା ରହିଛି। ବେଳେବେଳେ ଅଁଳାବେଢାରେ ମହାଦୀପ ଜଳିବାର ଦେଖି କେହିକେହି ଶ୍ରୀମନ୍ଦିରରେ ଅଘଟଣ ଭାବି ଅପପ୍ରଚାର କରନ୍ତି। ମାତ୍ର ତାହା ସମ୍ପୂର୍ଣ୍ଣ ଗୁଜବ। ଜଗତ କଲ୍ଯାଣ ଉଦ୍ଦେଶ୍ୟରେ ମହାଦୀପ ଉଠିଥାଏ ବୋଲି ବିଶ୍ୱାସ ରହିଛି।