ଗ୍ରାମ ଠାକୁରାଣୀ ମନ୍ଦିର ନିର୍ମାଣରେ ବ୍ୟବହୃତ ହିଟାଚି ଗାଡିକୁ ପୋଡିଲେ ଦୁର୍ଵୃତ

ଗଞ୍ଜାମ / ନଚିକେତା ପ୍ରଧାନ : ହିଟାଚି ଗାଡିକୁ ପେଟ୍ରୋଲ ପକାଇ ଜାଳିଦେଲେ ଦୁର୍ବୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଋଷିପୁର ଗ୍ରାମରେ । ଗ୍ରାମର ଠାକୁରାଣି ମନ୍ଦିର ନିର୍ମାଣରେ ବ୍ୟବହୃତ ହେଉଥିବା ହିଟାଚି ଗାଡିକୁ ବିଳମ୍ବିତ ରାତିରେ ଦୁର୍ବୃତ ଆସି ପେଟ୍ରୋଲ ପକାଇ ପୋଡି ଦେଇଥିବା କୁହାଯାଉଛି । ସକାଳ ହେବା ପରେ ଗାଁ ଲୋକ ଗାଡି ପୋଡି ଯାଉଥିବା ର ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିବଲେ । ଖବର ପାଇ ଅଗ୍ନିଶମ ବାଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗାଡିଟି ସମ୍ପୁର୍ଣ୍ଣ ଜଳି ପୋଡି ପାଉଁସ ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଥାନା ରେ ଏନେଇ କୌଣସି ଅଭିଯୋଗ ହୋଇନଥିବା କୁହାଯାଉଛି ।