ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି
ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । Student Academic Management System (SAMS) ଅଧୀନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ପଟ୍ ନାମଲେଖା ପ୍ରକ୍ରିୟାକୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।