ଭଦ୍ରକରେ ପ୍ରାୟ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୯ ଟି ପ୍ରକଳ୍ପର ହେଲା ଶୁଭ ଉଦଘାଟନ । ୪ଟି ନୂଆ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ । ଭଦ୍ରକରେ ହେବ ସରକାରୀ ବିଶ୍ୱବିଦ୍ୟାଳୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ହୋଇଛି । ଭଦ୍ରକରେ ଶିଳ୍ପର ବିକାଶ ହେବ । ଓଙଉଖ ପକ୍ଷରୁ ୪,୩୭୭ କୋଟି ବିନିଯୋଗରେ ଭଦ୍ରକରେ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ହେବ । ପ୍ରାୟ ୨୨୨୪ କୋଟିବ୍ୟୟ ବରାଦରେ ଗଉଚଓ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ । ଭଦ୍ରକରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ୟ୍ୟକରଣ ହେବ । ୧୨ ମାସ ମଧ୍ୟରେ ଆମ ସରକାରଙ୍କ ସଫଳତାର ଫର୍ଦ୍ଦ ବହୁତ ଲମ୍ବା । ଭଦ୍ରକ ଜିଲ୍ଲାକୁ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି ।
ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ ଓଙଉଖ ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ ଗଉଚଓ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ ଐଗଖଝ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ୟ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
କାର୍ୟ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆମର ସରକାର କ୍ଷମତାକୁ ଆସିବା ପରେ ବିପ୍ଲବୀ ମାଟି ଭଦ୍ରକରେ ଆଜି ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଯେଉଁ ପ୍ରତିଶୃତି ଦେଇ ଆମେ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଥିଲୁ, ତାକୁ କାର୍ୟ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ। ଏହି ଭାବନାକୁ ମନରେ ରଖି ଗତ ପ୍ରାୟ ଏକବର୍ଷ ହେଲା ଆମ ସରକାର ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ୟ୍ୟରତ। ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଲୋକଙ୍କ ବିଶ୍ବାସ ଓ ଭରସାକୁ ବଜାୟ ରଖି ଚାରିଗୋଟି ପ୍ରତିଶୃତିକୁ ପାଳନ କରିଥିଲୁ। ମାତ୍ର ୨୪ ମିନିଟରେ ସୁଭଦ୍ରା ଯୋଜନା, ଚାଷୀଭାଇ ଓ ଭଉଣୀଙ୍କୁ ଧାନ କିଣା ବାବଦକୁ କୁଇଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରିଦ୍ଵାର ଖୋଲା ଏବଂ ପ୍ରଭୁଙ୍କ ସେବା ପୂଜା ପାଇଁ ୫୦୦ କୋଟି ତାଙ୍କର କର୍ପସ ଫଣ୍ଡ ପରି ନିଷ୍ପତ୍ତି ନେଇଥିଲୁ।
ଏହି ୧୨ ମାସରେ ସରକାରର ସଫଳତାର ଫର୍ଦ୍ଦ ବହୁତ ଲମ୍ବା। ଏହାର ହିସାବ ଆମେ ଆସନ୍ତା ୧୨ ତାରିଖରେ ଜନତା ଜନାର୍ଦ୍ଦନଙ୍କୁ ଦେବୁ। ଜୀବନ ଜୈବିକା ରାଜ୍ୟର ବିକାଶ ପାଇଁ ଅପରିହାର୍ଜ୍ୟ। କୃଷି ଓ ଆନୁଷଙ୍ଗିକ କୃଷି ତଥା ଶିଳ୍ପର ବିକାଶ ମଧ୍ୟମରେ ରାଜ୍ୟର ପ୍ରତିଟି ନାଗରିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିରୋଧୀ ଦଳ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଯେ କୌଣସି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ବିଶ୍ଵସ୍ତରୀୟ ସେବା ନାଁ ରେ ୨୪ ବର୍ଷର ଶାସନ କେବଳ ରଙ୍ଗମାରିବା ଏବଂ ନିଜର ବାଜା ବଜାଇବାରେ ଚାଲିଗଲା। କିନ୍ତୁ, ପ୍ରକୃତ ବିକାଶ ଏବେ ଆରମ୍ଭ ହୋଇଛି। ଆଗାମୀ କିଛି ବର୍ଷରେ ଓଡିଶାରେ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି। ୫ଞର ରଙ୍ଗମରା ଶିକ୍ଷା ନୁହେଁ, ବାସ୍ତବ ଅର୍ଥରେ ଓଡିଶାର ବିକାଶ ହେବ।
ଆମ ସରକାର ଉତ୍କର୍ଷ ଓଡ଼ିଶାର ମାତ୍ର ୧୨୦ ଦିନରେ ୮୦ ହଜାର କୋଟିରୁ ବି ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଗତ ୨୨ ତାରିଖରେ ୧୦ ଗୋଟି ପ୍ରକଳ୍ପ ୧ ଲକ୍ଷ ୬୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସରକାର ଦ୍ଵାରା ଆରମ୍ଭ କରଯାଇଥିବା ଓଡିଶାର ଶିଳ୍ପ ବିପ୍ଲବ ପ୍ରତି ଜିଲ୍ଲାରେ ଶିଳ୍ପାୟନ କରିବ। ଓଡିଶାରେ ଏବେ ଯେଉଁ ଶିଳ୍ପ ବିପ୍ଲବ ଆରମ୍ଭ ହେବାକୁ ଯାଉଛି, ସେଥିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭଦ୍ରକ ଜିଲ୍ଲା ପାଇଁ ମଧ୍ୟ ରହିଛି। ଏହି ଦୁଇଟି ପ୍ରକଳ୍ପ ଭଦ୍ରକ ଟେକ୍ସଟାଇଲ ପାର୍କରେ ପ୍ରତିଷ୍ଠା କରାଯିବ। ଗୋଟିଏ ହେଲା ଓଙଉଖ ପକ୍ଷରୁ ଭଦ୍ରକରେ ୪,୩୭୭ କୋଟି ଟଙ୍କା ବିନିଯୋଗ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ ଏବଂ ଏହା ଦ୍ୱାରା ପ୍ରାୟ ୪୩୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଏହା ସହିତ ୨୨୨୩.୨୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଗଉଚଓ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଭଦ୍ରକରେ ଗୋଟିଏ ଐଗଖଝ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରିବ। ଏହାଦ୍ୱାରା ୧୧୫୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ।
ସେ ପୁଣି କହିଥିଲେଯେ, ଭଦ୍ରକ ଜିଲ୍ଲାକୁ ମଧ୍ୟ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା । ଆଜି ଜିଲ୍ଲା ପାଇଁ ୨୭୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସହିତ ଏଥିରେ ରାସ୍ତା, କ୍ରୀଡା ଭିତ୍ତିଭୂମି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଇବ୍ରେରୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ପାର୍କ ନିର୍ମାଣ ପ୍ରକଳ୍ପ ରହିଛି। ଭଦ୍ରକ ଜିଲ୍ଲାବାସୀଙ୍କ ସେବାରେ ଏ ସବୁ ପ୍ରକଳ୍ପ ଗୁଡିକ ଉଦ୍ଦିଷ୍ଟ।
ନିଜ ବକ୍ତବ୍ୟ ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଆମେ ଏକ ‘ସମୃଦ୍ଧ ଓଡିଶା’ ଗଠନ କରିବାର ଲକ୍ଷ୍ୟ ନେଇ କାର୍ୟ୍ୟ ଜାରି ରଖିଛୁ । ସମୃଦ୍ଧ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଆମେ ପ୍ରତିବଦ୍ଧତାର ସହିତ ଏ ଦିଗରେ ପ୍ରୟାସ ଆରମ୍ଭ କରିଛୁ।
କାର୍ୟ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଥିଲେ ଯେ, ଭଦ୍ରକ ମାଟି ବୀରତ୍ୱର ମାଟି। ଲୋକଙ୍କ ବିଶ୍ବାସ ଓ ଭରସାକୁ ବଜାୟ ରଖି ଆମ ସରକାର ଗୋଟିଏ ବର୍ଷ ଭିତରେ ଯେଉଁ ସବୁ କାର୍ୟ୍ୟ କରିଛନ୍ତି ଏବଂ କରୁଛନ୍ତି, ତାହା ଲୋକଙ୍କ ସରକାର ଙ୍କ ପ୍ରତିବଦ୍ଧତା ଦିଗରେ ସୂଚାଉଛି। ଏହି ଉନ୍ନତିମୂଳକ ପ୍ରକଳ୍ପ ସମସ୍ତ ଭଦ୍ରକବାସୀଙ୍କ ଦୃଢ଼ ସମର୍ଥନର ପ୍ରତିଫଳନ। ଉକ୍ତ କାର୍ୟ୍ୟକ୍ରମରେ ଭଦ୍ରକ ସାଂସଦ, ଶ୍ରୀ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ ଦାସ, ସିମୁଳିଆ ବିଧାୟକ, ଶ୍ରୀ ପଦ୍ମଲୋଚନ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ପ୍ରମୁଖ ମଂଚାସୀନ ଥିଲେ।