ନିଆଁରେ ଜଳିଗଲା ଗଂଜେଇ ବୋଝେଇ କାର

(ବୌଦ୍ଧ ) : ଗଞ୍ଜେଇ ବୋଝେଇ କାରରେ ଲାଗିଛି ନିଆଁ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା କପାସିରା ଛକରେ । ଗାଡିରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବାରୁ ଗାଡି ଚାଳକ କୌଣସି କ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖବର ପାଇଁ ଘଟଣାସ୍ଥଳରେ ମାନମୁଣ୍ଡା ପୋଲିସ ଓ କଣ୍ଟାମାଳ ଅବକାରୀ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗାଡିଟି ଏବଂ ପ୍ଲାନ କାହାର ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚାନୁଯାୟୀ ,ଆଜି ଭୋର ସମୟରେ କଣ୍ଟାମାଳ ଆଡୁ ଗଞ୍ଜେଇ ଭର୍ତ୍ତି କରି ଏକ କାର ସୋନପୁର ଆଡକୁ ଯିବା ବେଳେ ଚଳନ୍ତା ଅବସ୍ଥାରେ କାରରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ କାରରେ ନିଆଁ ବ୍ୟାପି ଯାଇଥିଲା।