ଓ ଏମ ସି ଖଣିକୁ ଦେଇଥିବା ଦାବିପତ୍ରର ATR ମାଗିଲେ ସରପଞ୍ଚ

ବଣେଇ/ ରଞ୍ଜିତ କୁମାର ବାଗ:  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଭୁତୁଡ଼ା ପଞ୍ଚାୟତର ବେରୋଜଗାରୀ ସମସ୍ୟାର ଦୂରୀକରଣ ସକାସେ ଗତ ଜୁନ ୨୨ ତାରିଖରେ ଗ୍ରାମସଭା କରାଯାଇଥିଲା l ଏବଂ ଗ୍ରାମସଭାର ମଞ୍ଜୁରୀ କ୍ରମେ ଗତ ଜୁନ ୨୬ ତାରିଖରେ ସମଗ୍ର ପଞ୍ଚାୟତ ବାସୀ ଙ୍କ ସମ୍ମତି କ୍ରମେ ଭୁତୁଡ଼ା ସରପଞ୍ଚ ବାସନ୍ତୀ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ସହ ସହ ଗ୍ରାମବାସୀ ଙ୍କ ସହିତ ଏକ ରାଲି ମାଧ୍ୟମରେ ଓ ଏମ ସି କୁର୍ମିତର ଖଣି ପରିଚାଳକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଖଣି ପରିଚାଳକ ଦାବି ପତ୍ର ଗ୍ରହଣ କରି ଏହି ଦାବି ପତ୍ର ବାବଦରେ ଉପରିସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରି ବହୁତ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ମୌଖିକରେ କହିଥିଲେ, କିନ୍ତୁ ଆଜକୁ ଦାବିପତ୍ର ଦେବାର ୧୭ ଦିନ ବିତିଯାଇଥଲେ ହେଁ ଗ୍ରାମବାସୀ ଦାବି ପତ୍ର ର କୌଣସି ସ୍ଥିତି ଜାଣିବାକୁ ପାଇଲେ ନାହିଁ l ତେବେ ଦାବି ପତ୍ରର ସ୍ଥିତି ଏବଂ ଏଯାଏଁ କଣ ପଦକ୍ଷେପ ଗ୍ରହଣ କରାଗଲାଣି ତାହାର ଅବଗତୀ ନିମନ୍ତେ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟିର ସଦଶ୍ୟ ସରପଞ୍ଚ ଙ୍କୁ ଚିଠି କରିଥିବାବେଳେ, ଉକ୍ତ ଦାବି ପତ୍ର କୁ ନେଇ ଓ ଏମ ସି କୁର୍ମିତ୍ତର ଖଣି ପରିଚାଳକଙ୍କୁ ଆଜି ସରପଞ୍ଚ ଶ୍ରୀମତୀ ବାସନ୍ତୀ ମୁଣ୍ଡା ATR ( ଏକ୍ସନ ଟେକେନ ରିପୋର୍ଟ ) ଅର୍ଥାତ ଦିଆ ଯାଇଥିବା ଦାବି ପତ୍ରର ସ୍ଥିତି ଏବଂ ଏପର୍ଯ୍ୟନ୍ତ କଣ ପଦକ୍ଷେପ ନିଆ ଗଲାଣି ତାହା ସୂଚନା ମାଗିଥିବା ଜଣାପଡିଛି l