(ମନିଲ କୁମାର ମହାରଣା): ଆଜି ତାଳଚେର ବ୍ଲକ କଳିୟରୀ ଥାନା ଅନ୍ତର୍ଗତ ଅନନ୍ତ ବିହାର କଲୋନୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କୋଲିଏରୀ ପୋଲିସ । ମୃତ ଯୁବକଙ୍କ ଜଣକ ହେଲେ ଶ୍ରୀ ହରପ୍ରୀତ ସିଂ । କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ତାଙ୍କ ଭିଣେଇ ଶ୍ରୀ ବଚନ ସିଂ ଙ୍କ ପାଖରେ କ୍ୱାଟର ନମ୍ବର- ବି/୧୨୧ ରେ ରହିଆସୁଥିଲେ କ୍ଷ ତେବେ ଘରେ ଆଜି କେହି ନଥିବାରୁ ହରପ୍ରିତ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି କ୍ଷ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଦିଆଯିବା ସହ ତଦନ୍ତ ଆରମ୍ଭ କରିଛି ।