ବାଲିଗୁଡା /ବାଣବାସୀ ପ୍ରଧାନ :ବାଲିଗୁଡା ଟ୍ରାକ୍ଟର ମାଲିକ ସଂଘ ଓ ଅତିରିକ୍ତ ତହସିଲଦାରଙ୍କ ମଧ୍ୟରେ ତିକ୍ତତା ଯୋର ଧରିଲା ।ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲଦାରଙ୍କ ରୟାଲିଟ ବୃଦ୍ଧି ଓ ଦୁବ୍ୟବହାର ଅଭିଯୋଗ କରି ଅତିରିକ୍ତ ତହସିଲଦାର ଙ୍କୁ ବଦଳି ପାଇଁ ଜିଦରେ ଅଟଳ ଥିବା ଦେଖିବାକୁ ମିଳିଛି ।ଏନେଇ ଟ୍ରାକ୍ଟର ମାଲିକମାନେ ନିଜ,ନିଜ ଟ୍ରାକ୍ଟର ତହସିଲ ଅଫିସ ସାମ୍ନାରେ ରଖି ଧାରଣାରେ ବସିରହିଥିବା ଜଣାପଡିଛି ।ଟ୍ରାକ୍ଟର ସଂଘ ଦଶହରା ପୂଜା ସମୟରେ ଟ୍ରାକ୍ଟର ବନ୍ଦ ରଖିଥିବା ହେତୁ ଟ୍ରାକ୍ଟର ଡ୍ରାଈଭର ଓ କୁଲିମାନେ ଭୋକ ଉପାସରେ ଦିନ କାଟୁଛନ୍ତି ।ତେଣୁ ସେମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ଏପଟେ ବାଲି, ଗୋଡି,ପଥର ନ ପାଇ ଆବାସ ଯୋଜନା ଗୃହ ବନ୍ଦ ରହିଛି ଯାହା ଫଳରେ କି ଆବାସ ଯୋଜନା ଘର ପାଇଁ ଓ୍ବାର୍କ ଅର୍ଡର ପାଇଥିବା ଲୋକେ ହନ୍ତସନ୍ତ ହେବା ସହିତ ଅର୍ଦ୍ଧ ନିର୍ମିତ ଭାବରେ ଘର ଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି ।ଏହାର କୈଣସି ସମାଧାନ ନ ହେବା ପଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଟ୍ରାକ୍ଟର ମାଲିକ ସଂଘର ସଭାପତି ।