ସେମିଳିଗୁଡ଼ା(ଦଶରଥ ମାଛ) : କୋରାପୁଟ ଜିଲ୍ଲା ସୁନାବେଢା ମିନାର କ୍ୟାମ୍ପ ଏକ ଘରେ 55 କେଜି,30 ଗ୍ରାମ ସୁନାବେଢା ଥାନା ତରପରୁ ଚଡ଼ାଉ କରିଥିଲା । ଥାନା ଅଧିକାରୀ ରମଣୀ ରଞ୍ଜନ ଦୋଲାଇ ନେତୃତ୍ୱରେ ଏକ ଟିମ ଗଠନ କରି ୨୮ ପକେଟ ଗଞ୍ଜେଇ ଜବତ କରିଛନ୍ତି। ଉକ୍ତ ଆସାମୀ ଜଣେ ମିନାର କ୍ୟାମ୍ପର ପ୍ରଶାନ୍ତ ଗରଡା। ଆନୁମାନିକ ଗଞ୍ଜେଇ ମୂଲ୍ୟ ତିନି ଲକ୍ଷ ହେବ ବୋଲି ଜଣା ପଡିଛି। ଗିରଫ କରି କୋର୍ଟ ଚାଲଣ କରୁଥିବା ସୁନାବେଢା ଏସଡିପିଓ ମନୋଜ ବେହେରା ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି।