ହଠାତ ବସରେ ଲାଗିଗଲା ନିଆଁ, ଆଉ…….

ପୁଣେ: ପୁଣେର ବିଚ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ । ତେବେ ସବୁଠୁ ଆଶ୍ୱସ୍ତିକର ଘଟଣା ହେଉଛି ଏହି ଦୁର୍ଘଟଣାରେ କେହି ଯାତ୍ରୀ ଗୁରୁତର ହୋଇ ନାହାନ୍ତି । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସରେ ଥିବା ୩୦ ଜଣ ଯାତ୍ରୀ ମୃତ୍ୟୁମୁଖରୁ ରକ୍ଷା ପାଇ ପାରିଛନ୍ତି ।
ସୂଚନା ଅନୁଯାୟୀ, ପିମ୍ପିରିରୁ ଗୁରୁଭକୁ ଯାଉଥିବା ବେଳେ ଚଗଚଗଖ ବସ ଇଞ୍ଜିନରେ ସର୍ଟ ସର୍କିଟ ହୋଇଥିଲା । ଫଳରେ ବସରେ ହଠାତ ନିଆଁ ଲାଗିଯିବାରୁ ବିପଦରେ ପଡିଯାଇଥିଲେ ବସରେ ଯାତ୍ରା କରୁଥିବା ୩୦ ଜଣ ଯାତ୍ରୀ । ତେବେ ଡ୍ରାଇଭର ଜଣକ ନିଜ ଉପସ୍ତିତି ବୁଦ୍ଧି ଖଟାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେଣୁ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ ସତ, କିନ୍ତୁ କେହି ଗୁରୁତର ଆହତ ହୋଇନାହାନ୍ତି କି ପ୍ରାଣହାନୀ ମଧ୍ୟ ଘଟିନାହିଁ । ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ୩୦ ଜୀବନ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।