ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ହିଁ କୃତ୍ତି ପରୀକ୍ଷାର୍ଥୀ ମାନେ ପାଇ ପାରିବେ ଡିଜିଟାଈଜ ସାର୍ଟିଫିକେଟ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଥିବା ନେଇ ବୋର୍ଡ ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ଖାତାଦେଖା ସାରିବାକୁ ଚେଷ୍ଟା ଚାଲିଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ହିଁ କୃତ୍ତି ପରୀକ୍ଷାର୍ଥୀ ମାନେ ପାଇ ପାରିବେ ଡିଜିଟାଈଜ ସାର୍ଟିଫିକେଟ । ଯଦି ବିଳମ୍ବ ହୁଏ ତେବେ ୭ ଦିନ ଭିତରେ ମିଳିବ ସାର୍ଟିଫିକେଟ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହା ଭିତରେ ମାଟ୍ରିକ ଖାତାଦେଖା କାମ ଆରମ୍ଭ ହୋଇଯାଇଛି । ନିର୍ଦ୍ଧାରିତ ସମୟ ଭିତରେ ମୂଲ୍ୟାୟନ କାର୍ଯ୍ୟ ସରିବ ଏବଂ ଫଳ ପ୍ରକାଶ ପାଇବ ବୋଲି ଆଶା ପ୍ରକଟ କରିଛନ୍ତି ବୋର୍ଡ କର୍ତ୍ତୁପକ୍ଷ । ତେବେ ବର୍ତ୍ତମାନ ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଚାଲିଛି । ସମ୍ପୂର୍ଣ୍ଣ ପ୍ରକ୍ରିୟା ସିସିଟିଭିରେ କଏଦ କରାଯାଉଛି । ତେଣୁ ଖାତାଦେଖାରେ କୌଣସି ବ୍ୟତିକ୍ରମ ହେବନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ସେଇଛି ।