ମୂଲ୍ୟାଙ୍କନ ପକ୍ଷପାତିତା ଅଭିଯୋଗରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: ସିଏଚଏସଇ ଅଫିସ ସମ୍ମୁଖରେ ଆଜି ଜଣେ ଛାତ୍ରୀ ହାତ କାଟିଦେଇଛନ୍ତ । ମୂଲ୍ୟାଙ୍କନରେ ପକ୍ଷପାତିତା ଅଭିଯୋଗ କରି ଛାତ୍ରୀ ଏପରି କରିଛନ୍ତି । ଛାତ୍ରୀ ଜଣଙ୍କ ଏକ ବ୍ଲେଡ୍ ସାହାଯ୍ୟରେ ତାଙ୍କ ହାତ କାଟି ଦେଇଛନ୍ତି। ଆହତ ଅବସ୍ଥାରେ ଛାତ୍ରୀଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।
ଦଶମ ମାର୍କ ଆଧାରରେ ମୁଲ୍ୟାଙ୍କନ କରିବାକୁ ଛାତ୍ରୀ ଦାବି କରିଥିଲେ। ଏଥିସହ ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ। ତେବେ ଛାତ୍ରୀଙ୍କର କୌଣସି ଦାବି ପୂରଣ ନହେବାରୁ ସେ ଆଜି ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।