ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିଲେ ଛାତ୍ରଛାତ୍ରୀ

ହିନ୍ଦୋଳ:- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଆଜି ହିନ୍ଦୋଳ ଥାନା ପରିଦର୍ଶନ କରି ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ବହୁ ଶିକ୍ଷଣୀୟ କଥା ଜାଣିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ପୋଲିସର ଭୂମିକା କିପରି ପୋଲିସ ପଦକ୍ଷେପ ନିଏ ଏବଂ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା, ଅପରାଧ ଦୂରୀକରଣ ନିମନ୍ତେ ବିଭିନ୍ନ ସମୟରେ ପୋଲିସପକ୍ଷରୁ ସଚେତନତା ସୃଷ୍ଟି କରାଯିବା ସହ ପ୍ରତ୍ୟେକ ଗାଁ ରେ ବୈଠକ କରାଯାଇ ସମାଜରୁ ଅପରାଧ ଦୂରକରିବା ପାଇଁ ଉଦ୍ୟମକରାଯାଉଛି ବୋଲି ଥାନା ଅଧିକାରିଣୀ ବୁଝାଇଥିଲେ। ଛୋଟଛୋଟ ଶିଶୁ, ଛାତ୍ରଛାତ୍ରୀ ଅପରାଧକରିବାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେବାସହ ଶିଶୁ ଅପରାଧ ପାଇଁ ଥିବା ଦଣ୍ଡ ବିଧାନ ସମ୍ପର୍କରେ ଥାନା ଅଧିକାରିଣୀ ବୁଝାଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ସହିତ ଉପ ନିରୀକ୍ଷକ ମାନିନୀ ପ୍ରଧାନ,ଖଗେଶ୍ୱର ସେଠି, ସହକାରୀ ଉପ ନିରୀକ୍ଷକ ଯଶୋବନ୍ତ ପ୍ରଧାନଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ।