ପିକନିକ୍ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ପିକନିକ୍ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀ ହେଉଛନ୍ତି କଟକ ବକ୍ସି ବଜାର ବଣିଆ ସାହିର ଶିଳ୍ପାଶ୍ରୀ ସାହୁ । ତେବେ ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଶିକ୍ଷକ ବିଶ୍ୱଜିତ ସାହୁ ଗୁରୁତର ହୋଇ ପୁରୀ ହସ୍ପିଟାଲରେ ଭର୍ତ୍ତି । ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ଘଟିଛି ଅଘଟଣ । ବେଲେଶ୍ୱର ନିକଟ କୋକୋପାମ ଫାର୍ମ ହାଉସରେ ନାଚଗୀତ ପରେ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । କଟକ ବାଦାମବାଡି ନିକଟସ୍ଥ AR CREATION କୋଚିଂ ସେଣ୍ଟରର ପ୍ରାୟ ୧୨୦ ପିଲା ନାଚଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆସିଥିଲେ । ଅଘଟଣଟି ଅପରାହ୍ନରେ ଘଟିଥିବା ବେଳେ ମୃତ ଦେହ ଜବତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ତେବେ ବେଲେଶ୍ୱର ସମୁଦ୍ର କୂଳରେ ଲାଇଫ ଗାର୍ଡ ନଥିବାରୁ ଏଭଳି ଦୁଃଖଦାୟକ ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି ।