ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଆଗରେ ତାଲା ପକାଇ ରାସ୍ତା ଉପରେ ବସିଲେ ପିଲା । କଲେଜ ଛାତ୍ରଙ୍କୁ ପୋଲିସ ଉଠାଇନେଇଥିବାରୁ ପ୍ରତିବାଦରେ ପ୍ରତିିବାଦ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଯଥାଶୀଘ୍ର ଉଠାଇ ନେଇଥିବା ଛାତ୍ରଙ୍କୁ ଛାଡିବାକୁ ଦାବି କରି ରାସ୍ତାରୋକ କରିଛନ୍ତି ପିଲାମାନେ ।
ସୂଚନା ମୁତାବକ, ସମ୍ପୃକ୍ତ ଛାତ୍ର ଜଣକ ପୂର୍ବ ଏକ ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗ କରି ପୁଲିସ ତାଙ୍କୁ ଗିରଫ କରିଛି । ହେଲେ ତାଙ୍କର କୌଣସି ଗଣ୍ଡଗୋଳରେ ସମ୍ପୃକ୍ତି ନାହିଁ । ବରଂ ବାରମ୍ବାର ଅଭିଯୋଗ ପରେ ବି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ନକରି ବରଂ ନିର୍ଦ୍ଦୋଷ ଛାତ୍ରଙ୍କୁ ପୁଲିସ ଗିରଫ କରିନେଇଛି । ଏଭଳି ଅଭିଯୋଗ ଆଣି ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ ।