ପାକିସ୍ତାନକୁ ୮ ୱିକେଟ୍ରେ ହରାଇଲା ଫାଇନାଲ୍ରେ ପ୍ରବେଶ କଲା ଶ୍ରୀଲଙ୍କା

ଦିନିକିଆ ଟ୍ରାଇ-ସିରିଜ୍‌ର ପଞ୍ଚମ ମୁକାବିଲାରେ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୨୫.୩ ଓଭରରେ ୧୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଶ୍ରୀଲଙ୍କା ୧୮.୧ ଓଭରରେ ୨ ୱିକେଟ୍‌ ହରାଇ ୧୧୪ ରନ୍‌ କରି ସହଜ ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଶ୍ରୀଲଙ୍କା ଟ୍ରାଇ-ସିରିଜ୍‌ର ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି।

Sri Lanka name ODI squad for tri-series in Pakistan

୧୧୧ ରନ୍‌ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପକ୍ଷରୁ କାମିନ୍ଦୁ ମେଣ୍ଡିସ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୬୦ ବଲ୍‌ରୁ ୮ଟି ଚୌକା ଓ ୨ଟି ଛକା ସହାୟତାରେ ୬୨ ରନ୍‌ କରି ଅପରାଜିତ ରହିଥିଲେ। ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କ ସହ ପ୍ରଥମ ୱିକେଟ୍‌ରେ ୫୦ ରନ୍‌ର ଭାଗୀଦାରି କରିବା ପରେ ପବନ ରତ୍ନାୟକେଙ୍କ ସହ ଅପରାଜିତ ୫୨ ରନ୍‌ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ।

England out on zero points as Pakistan and Sri Lanka book Lahore final –  Startup Pakistan

ଅନ୍ୟପକ୍ଷରେ, ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ଏହା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଥିଲା। ଦଳ ମାତ୍ର ୨୩ ରନ୍‌ ମଧ୍ୟରେ ପ୍ରଥମ ଦୁଇଟି ୱିକେଟ୍‌ ହରାଇଥିଲା। ପରେ ନିୟମିତ ବ୍ୟବଧାନରେ ୱିକେଟ୍‌ ପତନ ଜାରି ରହିଥିଲା। ପାକିସ୍ତାନ ପକ୍ଷରୁ ବାବର ଆଜମ ସର୍ବାଧିକ ୨୯ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨୦ ରନ୍‌ ଅତିକ୍ରମ କରିପାରି ନଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ସର୍ବାଧିକ ୫ଟି ୱିକେଟ୍‌ ନେଇ ପାକିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ଦିନିକିଆ ମ୍ୟାଚ୍‌ରେ ୫୦ ଓଭର ପୂର୍ବରୁ ହିଁ ପାକିସ୍ତାନର ଇନିଂସ ଶେଷ ହୋଇଯାଇଥିଲା।

Pakistan vs Sri Lanka: Players bowled out for 110 as England exit ODI Tri- series - Sportstar