ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ ନେଇପାରନ୍ତି ଷ୍ଟାର ବ୍ୟାଟର୍

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ଟିମ୍ ଇଣ୍ଡିଆର ଦବଦବା। ସିରିଜ୍‌ରେ ୩-୦ରେ ଆଗୁଆ ରହି ଟ୍ରଫି କବ୍‌ଜା କରିସାରିଛି ଭାରତ। ଏବେ ଟିମ୍ ଇଣ୍ଡିଆର ନଜର କିୱି ମାଟିରେ ୫-୦ରେ ସିରିଜ୍ କ୍ଲିନ୍ ସୁଇପ୍ କରିବା ଉପରେ। ଅକ୍ଟୋବର ୩୦ରେ ଅକ୍‌ଲାଣ୍ଡର ଇଡେନ୍ ପାର୍କରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ୍। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍‌ରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର୍ ଧରିଛି।

Vaibhav Sooryavanshi in contention to replace injured Ishan Kishan in  second NZ T20I | India vs New Zealand T20I | Cricket News in English |  Onmanorama

ଆହତ ସମସ୍ୟାରୁ ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି ଷ୍ଟାର ବ୍ୟାଟର୍ ଇଶାନ କିଶନ। ତେଣୁ ଚତୁର୍ଥ ଟି-୨୦ରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବଢ଼ିଛି। ଇଶାନ ଫେରିଲେ ଯୁବ ଓପନର୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ୍ ପଡ଼ିବାକୁ ପଡ଼ିପାରେ। ଦ୍ୱିତୀୟ ଓ ତୃତୀୟ ଟି-୨୦ରେ ଇଶାନଙ୍କ ଅନୁପସ୍ଥିତିରେ ସୁଯୋଗ ପାଇଥିବା ବୈଭବ ତୃତୀୟ ମ୍ୟାଚ୍‌ରେ ୪୫ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ। ତଥାପି ଇଶାନଙ୍କ ଫିଟ୍‌ନେସ୍ ଓ ଦଳୀୟ ରଣନୀତି ଉପରେ ତାଙ୍କ ଚୂଡ଼ାନ୍ତ ଚୟନ ନିର୍ଭର କରିବ। ଏବେ ଦେଖିବାକୁ ବାକି, ଚତୁର୍ଥ ଟି-୨୦ରେ ଭାରତୀୟ ଦଳ କେଉଁ ଏକାଦଶ ସହ ପଡ଼ିଆକୁ ଓହ୍ଲାଉଛି।

Think about cricket, not social media': Ishan Kishan to Vaibhav Sooryavanshi  | Cricket News - The Times of India